
ନୂଆଦିଲ୍ଲୀ, 25 ନଭେମ୍ବର (ହି.ସ.) ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଏହି ଅବସରରେ ରାଜ୍ୟବାସୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି । ରାଜ୍ୟର ସମସ୍ତ ମତଦାତାଙ୍କୁ ମୋର ଅନୁରୋଧ ଯେ, ଲୋକତନ୍ତ୍ରର ଏହି ଉତ୍ସବରେ ସାମିଲ ହୋଇ ରେକର୍ଡ ସଂଖ୍ୟାରେ ମତଦାନ କରନ୍ତୁ ।ପ୍ରତ୍ୟେକ ଭୋଟ ରାଜସ୍ଥାନର ବିକାଶ ଦିଗରେ ଏକ ପଦକ୍ଷେପ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
