ନୂଆଦିଲ୍ଲୀ, 20 ଡିସେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ବିରୋଧୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଅପମାନ କରିଛନ୍ତି । ଯାହାକୁ କଡା ନିନ୍ଦା କରିଛନ୍ତି ଅନୁରାଗ ଠାକୁର ।
ଅନୁରାଗ ଠାକୁର ବୁଧବାର ଦିନ ସଂସଦ ଭବନ ପରିସରରେ ମିଡିଆ କର୍ମୀଙ୍କ ସହ ଆଲୋଚନା କରି କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତିଙ୍କର ଅପମାନ କରିଛନ୍ତି । ଏହି ଅପମାନ ଯୋଗୁ ଜାଟ୍ ସମାଜ ଏବଂ ଚାଷୀଙ୍କ ସହିତ ପୂରା ଦେଶ ଆହତ ହୋଇଛି । ଦେଶର ଉପରାଷ୍ଟ୍ରପତିଙ୍କ ନକଲି କରିବା ଏବଂ ରାହୁଲ ଗାନ୍ଧି ଏହାର ପ୍ରଚାର ପ୍ରସାର କରିବା ନିନ୍ଦନୀୟ ଅଟେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
