ବାରଣାସୀ, ୧୪ ଜାନୁଆରୀ (ହି.ସ.)- ମକର ସଂକ୍ରାନ୍ତି ପର୍ବ ଅବସରରେ ରବିବାର ହଜାର ହଜାର ଶ୍ରଦ୍ଧାଳୁ କୁହୁଡି ଶୀତ ସତ୍ତ୍ୱେ ଗଙ୍ଗାରେ ଆସ୍ଥାରେ ବୁଡ ପକାଇଛନ୍ତି ।ସ୍ନାନ ଧ୍ୟାନ ପରେ ଲୋକେ କାଶୀପୁରଧିପତି ବାବା ବିଶ୍ୱନାଥଙ୍କ ଦରବାରରେ ପୂଜା କରିଛନ୍ତି । ମକର ସଂକ୍ରାନ୍ତ ସୋମବାର ପାଳନ ହେବ । କିନ୍ତୁ ପରମ୍ପରାଗତ ଭାବେ ହଜାର ହଜାର ଲୋକେ ମକର ସଂକ୍ରାନ୍ତି ପର୍ବ ରବିବାର ଦିନ ହିଁ ପାଳନ କରୁଛନ୍ତି । ପ୍ରବଳ ଶୀତ ଓ କୁହୁଡି ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଗଙ୍ଗାରେ ସ୍ନାନ କରିବା ପାଇଁ ଘାଟରେ ପହଞ୍ଚିଥିଲେ । ଦଶାଶ୍ୱମେଧ ଘାଟ ସହିତ ଭୌସାସୁର ଘାଟରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଦଶାଶ୍ୱମେଧ ଘାଟରେ ମାଘ ସ୍ନାନ କଲେ ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
