
ଅମରାବତୀ, 10 ଡିସେମ୍ବର (ହି.ସ.) ଆନ୍ଧ୍ରପ୍ରଦେଶର ରାଜମୁନ୍ଦରୀରେ ଖୁବ ଶୀଘ୍ର ଉନ୍ନତ ଓ ଆଧୁନିକ ସୁବିଧା ମିଳିବ । ଏଠାରେ ଆଜି ନୂଆ ଟର୍ମିନାଲ ପାଇଁ ଶୁଭ ଦିଆଯିବ । ଏହି ଅବସରରେ କେନ୍ଦ୍ର ଇସ୍ପାତ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ରେଡ୍ଡି, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ଉପସ୍ଥିତ ରହିବେ । ଭୂମି ପୂଜନ କରି ଶୁଭ ଦେବେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
