କେନ୍ଦୁଝର, ୧୪ ଜାନୁଆରୀ ( ହି.ସ.)- ଚତୁର୍ଥ ପର୍ଯ୍ୟାୟେର କେନ୍ଦୁଝର ଜିଲ୍ଲାର ୪୫ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳେର ଜିଲ୍ଲାରେ ରୂପାନ୍ତରିତ ହାଇସ୍କୁଲ ସଂଖ୍ୟା ୩୪୭ରେ ପହଂଚିଛି । ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ସମେତ ମାଲକାନଗିରି, ବାଲେଶ୍ଵର, ଗଜପତି, ଢେଙ୍କାନାଳ, କଟକ ଜିଲ୍ଲାର ମୋଟ୍ ୩୨୭ଟି ରୂପାନ୍ତରିତ ହାଇସ୍କୁଲ୍କୁ ଲୋକାପର୍ଣ କରିଛନ୍ତି । ୫-ଟି ଅଧ୍ୟକ୍ଷ ଭିେ.କ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟସ୍ତରୀୟ ଲୋକାର୍ପଣ ସମାରୋହରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ବର୍ତମାନ ଓଡିଶାରେ ରୂପାନ୍ତରଣର ଯୁଗ ଚାଲିଛି । ସ୍କୁଲ୍, କଲେଜ ଠାରୁ ଆରମ୍ଭ କରି ହସ୍ପିଟାଲ୍, ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର, ପଂଚାୟତ, ଗାଁ ସବୁ ସ୍ତରେର ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ସ୍କୁଲ୍ ରୂପାନ୍ତର କାର୍ଯ୍ୟକ୍ରମ । କାରଣ ସ୍କୁଲ୍ ରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ । ଶିକ୍ଷା ଆମ ସମାଜର ସାମୁହିକ ଚିନ୍ତାଧାରାକୁ ଉଚ୍ଚ ସ୍ତରକୁ ନେଇଥାଏ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଏହି ରୂପାନ୍ତର କାର୍ଯ୍ୟକ୍ରମରେ ଫାଇଭ-ଟି ର ପ୍ରୟୋଗ କରାଯାଉଛି । ଟେକ୍ନୋଲୋଜି, ଟିମ୍ ୱାର୍କ, ଟ୍ରାନ୍ସପେରନ୍ସି ଓ ଟ୍ରାନ୍ସମିଶନକୁ ଗୁରୁତ୍ଵ ଦିଆଯାଇଛି । ବିଦ୍ୟାଳୟ ମାନଙ୍କରେ ସ୍ମାର୍ଟ କ୍ଲାସ୍ ରୁମ୍, କମ୍ପ୍ୟୁଟରର ସୁବିଧା କରାଯାଇଛି । ଟିମ୍ ୱାର୍କ ଜରିଆରେ ସମେସ୍ତ ମିଳିମିଶି କାମ କରୁଛନ୍ତି । ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ୍ ଓ ଇଂଜିନିୟରିଂରେ ୧୫ ପ୍ରତିଶତ ସଂରକ୍ଷଣ କରାଯାଇଛି । ପିଲାମାନେ ଫାଇଭ-ଟି ନୀତିକୁ ନିଜ ଜୀବନରେ ଗ୍ରହଣ କର, ଯାହାକି ସଫଳତା ଦେବ । ପିଲାମାନେ ନୂଆନୂଆ ବୈଷୟିକ ଜ୍ଞାନ କୌଶଳ ଜାଣିବାକୁ ଚେଷ୍ଟାକର । ସ୍ଵଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ । ଜୀବନର ସବୁ କ୍ଷେତ୍ରରେ ସାଧୁତା ରଖିବାକୁ ଚେଷ୍ଟା କର । ସମୟକୁ ନଷ୍ଟ ନକରି ତାହାର ଉପଯୋଗ କର । ଏହା କଲେ ତୁମେ ସବୁବେଳେ ଆଗେର ରହିବ । ପିଲାମାନେ ରୂପାନ୍ତରର ପୁରା ସେୁଯାଗ ନେବାକୁ ମୁଖ୍ୟମନ୍ତ୍ରୀ କହିଥେôଲ । ନିଜ ପ୍ରତିଭାର ବିକାଶ କରି ନିଜ ପରିବାର, ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଜଣାଇଥିଲେ । ରାଜ୍ୟସ୍ତରରେ ଆୟାଜିତ ଏହି ଲୋକାର୍ପଣ ଉତ୍ସବରେ ଫାଇଭ-ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥେôଲ । କେନ୍ଦୁଝର ଜିଲ୍ଲାସ୍ତରରେ ଜିଲ୍ଲାପାଳ ଆଶିଷ ଠାକେରଙ୍କ ତତ୍ୱାବଧାନରେ ଏବଂ ଅଧ୍ୟକ୍ଷତାରେ ମନୋଜ ମଞ୍ଜରୀ ଶିଶୁ ଭବନ ହାଇସ୍କୁଲ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, କେନ୍ଦୁଝର ଲୋକସଭା ସଦସ୍ୟା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରି ସ୍କୁଲ୍ ରୂପାନ୍ତର କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ମେନାଜ ମଞ୍ଜରୀ ଶିଶୁ ଭବନ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସୁଦୀପ୍ତା ନନ୍ଦ ସ୍କୁଲ୍ ରୂପାନ୍ତରଣ ପେର ନିଜର ଅନୁଭବ ଓ ଉପଲବ୍ଧି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାଏକ, କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଡଃ. ମଧୁସ୍ମିତା ସାମନ୍ତରାୟ, ସମଗ୍ର ଶିକ୍ଷାର ଡିଷ୍ଟ୍ରିକ୍ଟ୍ ଟାଇବାଲ୍ କୋଅଡିନେଟର ଦୁର୍ଗା ପ୍ରସାଦ ଲାୟକ, ଡି.ଏମ୍.ଏଫ୍.ର କର୍ମକର୍ତା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହେଯାଗ କରିଥିଲେ । ଛାତ୍ରଛାତ୍ର୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥେôଲ ।
ହିନ୍ଦୁସ୍ଥାନ ସମାଚାର/ବିଭୁତି/ପ୍ରଦୀପ୍ତ/ସମନ୍ୱୟ
