ଭବାନୀପାଟଣା,ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମକରା ଗୁଡାର ତ୍ରିଶକ୍ତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଦ୍ରୋଣ କୁମାର ତାଣ୍ଡି ଜୈନିକ ଠିକାଦାରଙ୍କ ଠାରୁ 40ହଜାର ଟଙ୍କା ଆକାଉଣ୍ଟରେ ଜମା କରି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ଥିତି । ଘଟଣାରୁ ଜଣାପଡିଛି ଯେ, ପ୍ରଧାନଶିକ୍ଷକ ସ୍କୁଲର ଏକ ନୁଆଁ ବିଲଡିଂ ତିଆରିର ବିଲ ଟଙ୍କା ଦେବା ପାଇଁ ଠିକାଦାରଙ୍କୁ ଟଙ୍କା ଦାବି କରିବା ସହ ଆକାଉଣ୍ଟରେ ଜମା କରିବାକୁ କହିଥିଲେ । ଠିକାଦାର ପ୍ରଧାନ ଶିକ୍ଷକଙ୍କ ଆକାଉଣ୍ଟରେ 40ହଜାର ଟଙ୍କା ଜମା କରିଥିଲେ । ଏବଂ ପେ ରସିଦ ହେଡ଼ ମାଷ୍ଟର ଶ୍ରୀ ତାଣ୍ଡିଙ୍କୁ ଦେଇଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ ରେଡ କରିବା ସହ ମୋବାଇଲ କଲ ରେକର୍ଡ ଯାଂଚ କରିଥିଲେ । ଏହି ସମୟରେ ପ୍ରଧାନ ଶିକ୍ଷକ ପେ ରସିଦକୁ ତୁଣ୍ଡରେ ଚୋବାଇ ଦେଇଥିଲେ । ଏନେଇ ଏକ ମାମଲା ରୁଜୁ ସହ ପ୍ରଧାନ ଶିକ୍ଷକ ଶ୍ରୀ ତାଣ୍ଡିଙ୍କ 2ଗୋଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।
