ନୂଆଦିଲ୍ଲୀ, ପାଗ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଭୁଟାନ ଗସ୍ତକୁ ସ୍ଥଗିତ କରି ଦିଆଯାଇଛି ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପାରୋ ବିମାନ ବନ୍ଦରରେ ଖରାପ ପାଗ କାରଣରୁ ଏହି ସରକାରୀ ଯାତ୍ରାକୁ ସ୍ଥଗିତ କରିବାକୁ ପାରସ୍ପାରିକ ନିଷ୍ପତି ଗ୍ରହଣ କରାଯାଇଛି । ଉଭୟ ପକ୍ଷ ଦ୍ୱାରା ଯାତ୍ରାର ନୂଆ ତାରିଖ ଉପରେ କାର୍ଯ୍ୟ କରାଯାଉଛି ।
ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜିଠାରୁ ଦୁଇଦିବସୀୟ ଭୁଟାନ ଗସ୍ତ କରିବାର ଥିଲା । ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ, ଭୁଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ବାଂଗଚୁକ ଓ ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଂଗ୍ୟେ ବାଂଗଚୁକଙ୍କୁ ସାକ୍ଷାତ କରିବାର ଥିଲା । ପ୍ରଧାନମନ୍ତ୍ରୀ ଭୁଟାନର ନିଜ ସମକକ୍ଷ ଶେରିଂଗ ଟୋବଗେଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା ।
