
ଭୁବନେଶ୍ୱର, 10 ନଭେମ୍ବର (ହି.ସ.) ରାଜ୍ୟବାସୀଙ୍କୁ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡିଆର ଅନେକ ମହତ୍ଵ ରହିଛି। ଏଥିରେ ଥିବା ପୁଷ୍ଟିତତ୍ତ୍ଵର ତୁଳନା ନାହିଁ। ଦୈନନ୍ଦିନର ଖାଦ୍ୟରେ ଏହାର ବ୍ୟବହାର, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ବେଶ ହିତକର। ଆସନ୍ତୁ ଏଦିଗରେ ସଚେତନ ହେବା, ଆମ ଖାଦ୍ୟ ଶୃଙ୍ଖଳାରେ ମାଣ୍ଡିଆର ବହୁଳ ବ୍ୟବହାର ନେଇ ‘ମାଣ୍ଡିଆ ଦିବସ’ରେ ଶପଥ ନେବା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
