ଭୁବନେଶ୍ୱର, 18 ଫେବୃଆରୀ – ୨୪ ବର୍ଷର ବିଫଳ ସରକାର ବିରୋଧରେ ପ୍ରତିବାଦ କରି ଆସନ୍ତା ୨୬ ତାରିଖରେ ଲୋକସେବା ଭବନ ଘେରିବ କଂଗ୍ରେସ । ଜିଲ୍ଲା ସଭାପତି ବୈଠକରେ ନିଷ୍ପତି ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।
ଚଳିତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ କ୍ରିୟାଶୀଳ ଓ ମଜଭୁତ କରିବା ପାଇଁ ରାଜ୍ୟର ସମସ୍ତ ୩୫ ଟି ସାଂଗଠନିକ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ କରି ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆଗାମୀ ନିର୍ବାଚନ ପରିପ୍ରେକ୍ଷିରେ ଦଳୀୟ ରଣନୀତି ଓ ରୂପରେଖ ପ୍ରସ୍ତୁତ କରିବା ପାଇଁ ସେ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ପ୍ରଗମନ ସମୀକ୍ଷା କରାଯିବା ସହ ଏହା ଚୂଡାନ୍ତ ରୂପରେଖ । ସଂପର୍କରେ ବିଷଦ ଆଲୋଚନା କରିଥିଲେ । ଆଶାୟୀ ପ୍ରାର୍ଥୀମାନଙ୍କ ପ୍ରଗମନ ଜିଲ୍ଲା ସ୍ତରରୁ ବୁଥ ସ୍ତର ପର୍ଯ୍ୟନ୍ତ ସଂଗଠନକୁ ମଜଭୁତ କରିବା ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବା, ଜିଲ୍ଲାର ସାଂଗଠନିକସ୍ଥିତି ସମୀକ୍ଷା କରି ତୁରନ୍ତ ସାଂଗଠନିକ ପଦବୀ ପୂରଣ କରିବା ସହ ଆଗାମୀ ନିର୍ବାଚନରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମକୁ ସଶକ୍ତ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଭାଗିଦାରୀରେ ଚାଲୁଥିବା ସରକାରଙ୍କର କୁଶାସନ ବିରୋଧରେ ସାଧାରଣ ଲୋକଙ୍କୁ ସଜାଗ ଓ ସଚେତନ କରିବା ପାଇଁ କଂଗ୍ରେସର ଗଣମାଧ୍ୟମ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି, ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ପାଇଁ ଜିଲ୍ଲାରେ କାର୍ଯ୍ୟରତ ଥିବା କଂଗ୍ରେସର ଗଣମାଧ୍ୟମ ବିଭାଗକୁ ପ୍ରଭାବୀ ଢ଼ଙ୍ଗରେ ଆଗକୁ ନେବା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସରକାରଙ୍କ ଅସଲ ମୁଖା ରାଜ୍ୟର ଜନସାଧାରଣଙ୍କ ନିକଟରେ ଖୁଲାସା କରିବା ସହ ସାଧାରଣ ଜନତା ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ନିରାକରଣ ପାଇଁ ତୃଣମୂଳ ସ୍ତରରେ ସମସ୍ତ କଂଗ୍ରେସ ନେତା ଓ କର୍ମୀ ସଦା ସଜାଗ ରହିବାକୁ ସେ କହିଥିଲେ ।
