ଘଟଗାଁ, ୧୬ ଅକ୍ଟୋବର (ହି.ସ.)- ସ୍ଥାନୀୟ ବାଲିପୋଖରୀ ପଞ୍ଚାୟତ ସମ୍ମିଳନୀ କକ୍ଷରେ କୁନି ଚିତ୍ର ଶିଳ୍ପୀ ପାର୍ବତୀ ପାତ୍ରଙ୍କୁ ଭୀମସେନ ରାଉତ ସ୍ମୃତି ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବର୍ଷୀୟାନ ରମେଶ ଚନ୍ଦ୍ର ଖଣ୍ଡା ସଭାପତିତ୍ବ କରିଥିବା ସ୍ଥଳେ ମୁଖ୍ୟ ଅତିଥି ଭାଗିରଥି ନାୟକ, ମୁଖ୍ୟବକ୍ତା କୁଳମଣି ମଣ୍ଡଳ, ସମ୍ମାନୀତ ଅତିଥି କୈଳାଶ ଚନ୍ଦ୍ର ଖଣ୍ଡା, ଦାଶରଥି ନାଏକ, ଜଗବନ୍ଧୁ ମହାନ୍ତ, ଦାମୋଦର ଖଣ୍ଡା, ଭିଷ୍ମସେନ୍ ନାୟକ, ବାଇଧର ନାୟକ ପ୍ରମୁଖ ସ୍ବର୍ଗତ ଭୀମସେନ ରାଉତ ଘଟଗାଁରେ ସ୍ଵାଧିନାତ୍ତୋର ଶିକ୍ଷାର ବିକାଶ ପାଇଁ ମଣିଷ ତିଆରି କାରଖାନାର ଜଣେ ସଫଳ ଯୋଗଜନ୍ମା ଥିଲେ ବୋଲି ଆଲୋଚନା କରିଥିଲେ । କ୍ଳଷ୍ଟର ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇ କୁନି ଚିତ୍ର ଶିଳ୍ପୀ ଦିନେ ରାଜ୍ୟରେ ଗୌରବ ଅର୍ଜନ କରିବ ବୋଲି ମୁଖ୍ୟବକ୍ତା କୁଳମଣି ମଣ୍ଡଳ ଆଶା ପୋଷଣ କରିବା ସହ ଭୀମ ସେନ ରାଉତଙ୍କ ପରି ସଚ୍ଚା ନାଗରିକ ହେବେ ବୋଲି ଆଶା ପୋଷଣ କରିଥିଲେ । ଶିକ୍ଷାବିତ ଡମ୍ବରୁଧର ରାଉତ ସମ୍ବର୍ଦ୍ଧିତ ପାର୍ବତୀ ପାତ୍ର ଆଗକୁ ଭଲ ଚିତ୍ରଶିଳ୍ପୀ ପାର୍ବତୀଙ୍କ ଉତ୍ତୋରତ୍ତର ଉନ୍ନତି କାମନା ସହ ସ୍ବର୍ଗତ ଭୀମସେନ ରାଉତ କିପରି ମା ତାରିଣୀଙ୍କ ଚିତ୍ରକୁ ତାରିଣୀଙ୍କ ଫୋଟ ପ୍ରସ୍ତୁତ କରି ଆଜି ଘରେ ଘରେ ସେହି ମା ତାରିଣୀଙ୍କ ଫଟୋ ପୂଜା ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ ।
କାର୍ଯ୍ୟକ୍ରମକୁ ସ୍ବରାଜ ପଣ୍ଡା, ସନ୍ତୋଷ ବେହେରା, ଗୁଣନିଧି ରାଉତ, କମଳ ନାୟକ, ପରମାନନ୍ଦ ସେଠୀ, ରୋହିତ ମହାକୁଡ, ସବିତା ନାୟକ, ଶକୁନ୍ତଳା ନାୟକ, ଅର୍ଜୁନ ମହନ୍ତ, ପ୍ରମୋଦ ଗିରି, ପ୍ରତାପ ମହନ୍ତ, ପ୍ରହ୍ଲାଦ ମହାନ୍ତ, ଅନାଦି ସିଂହ, ଉଜ୍ଜ୍ବଳ ସାହୁ, ଶେଖ୍ ଦାଉଦ୍, ରାଧାଶ୍ୟାମ ରାଉତ, ଚଦ୍ରଶେଖର ସାହୁ ପ୍ରମୁଖ ପରିଚାଳନା କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ପ୍ରଦୀପ୍ତ/ସମନ୍ୱୟ
