
ରାଜ୍ୟରେ ବିଜେପି- ବିଜେଡି ମିଶିକି ଅଛନ୍ତି
ଭୁବନେଶ୍ୱର, 07 ଜାନୁଆରୀ – ଓଡିଶାରେ ହେଉଛି ଏକମାତ୍ର ରାଜ୍ୟ ଯେଉଁ ଠାରେ ବାହାର ରାଜ୍ୟର ଲୋକଙ୍କ ଅଧିକ ପ୍ରଭାବ ରହିଛି ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। କଂଗ୍ରେସ କାର୍ଯାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ମାଇନ୍ସ ପଇସା ବାହାରକୁ ଯାଉଛି। ସ୍କୁଲ, ହସ୍ପିଟାଲ ନିର୍ମାଣ ହେଉନି, କେବଳ ବାହାର ବ୍ୟବସାୟୀଙ୍କୁ ଲାଭ ଦିଆଯାଉଛି। ବିଜେଡ଼ି ଓ ବିଜେପି ମିଶିକି ଅଛନ୍ତି। ନିର୍ବାଚନ ପାଖେଇଲେ ଦୁଇ ଦଳ ନାଟକ ଜୋରଦାର କରିବେ। ବିଜେପି କୁ ୧୫ ସିଟ ଦେବାକୁ ବୁଝାମଣା ହୋଇଛି। ଆଉ ବାକି ୬ ସିଟ ପାଇଁ କଥାବାର୍ତ୍ତା ଚାଲିଛି।
ସେ କହିଛନ୍ତି ଯେ କେବଳ ବିରୋଧୀ ଦଳ ଏଠି ହେଲା କଂଗ୍ରେସ। ଯେଉଁଠି ବ୍ୟୁରୋକ୍ରାଟ ରାଜ୍ୟ ଚଳେଇବେ ସେଠି ଲୋକେ ଗରିବ ହିଁ ରହିବେ। କାରଣ ଗରିବ ଲୋକ ନେତାଙ୍କ ପାଖକୁ ଯାଇ ପାରିବେ ବ୍ୟୁରୋକ୍ରଟଙ୍କ ପାଖକୁ ନୁହେଁ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ମୁଖ୍ୟ ମନ୍ତ୍ରୀ ରାଜ୍ୟର ସବୁ ଦୁର୍ନୀତି ପାଇଁ ଦାୟୀ। କାରଣ ତାଙ୍କ ଚାରି ପଟର ଲୋକ ଦୁର୍ନୀତି ଗ୍ରସ୍ତ। ତେଣୁ ମୁଖ୍ୟମନ୍ତ୍ରୀ କିପରି ସ୍ୱଚ୍ଛ। ମାଇନିଙ୍ଗ ମାଫିଆ ଆଦିବାସୀଙ୍କ ଜମି ହଡ଼ପ କରୁଛନ୍ତି। ଓଡିଶା ରେ ସବୁଠୁ ଅଧିକ ଲୋକ ଦାଦନ ଶ୍ରମିକ ବାହାରକୁ ଯାଉଛନ୍ତି । ଚାଷୀ ଙ୍କୁ ପ୍ରକୃତ ମୂଲ୍ୟ ମିଳୁନି। ରାଜ୍ୟ ରେ ପ୍ରତି ଦିନ ୭ ମହିଳା ଦୁଷ୍କର୍ମ ର ଶିକାର ହେଉଛନ୍ତି ଯେଉଁଥିରୁ ୪ହେଉଛନ୍ତି ନାବାଳିକା। ରାହୁଲ ଗାନ୍ଧୀ ଆସୁଛନ୍ତି। ଆମେ ସବୁ ପୁରା ରାଜ୍ୟ ବୁଲିବୁ। ୩ମାସ ରେ ନିଶ୍ଚିତ ଭାବେ ଆମେ ଲୋକ ଙ୍କ ପାଖରେ ପହଁଚିବୁ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
