ବଲାଙ୍ଗିର 25 ଅକ୍ଟୋବର ( ହି. ସ)- ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟ।ସିଂହ। ହାଇସ୍କୁଲ ପଡିଆଠାରେ ତୃତୀୟ ବର୍ଷ ଉପଲକ୍ଷେ ଫୁଟବଲ ଟର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି।ଏହି ଅବସରରେ ବିଜେଡି ର ଯୁବନେତା ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଟ।ସିଂହା ଖେଳପଡିଆ ପାଇ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ରେ ୪,୦୦୦୦୦/- ଚାରି ଲକ୍ଷ୍ୟ ଟଙ୍କା ର ଯୋଜନା ରଖାଯାଇଛି ବୋଲି ଜଣାଇବା ସହ କ୍ରୀଡା କ୍ଷେତ୍ରରେ ଗ୍ରାମାଞ୍ଚଳର ବିକାଶ କରାଯାଉଥିବା କହି ଫୁଟବଲ ଖେଳାଳୀ କୁ ଉତ୍ସାହିତ କରିଥିଲେ।ସହିଦ ସୁମନ୍ତ ପଧାନ ଅମର ରହେ ବୋଲି ସ୍ଲୋଗାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନ ସାହୁ, ସମାଜସେବୀ କଲ୍ୟାଣୀ ମିଶ୍ର,ଗଣେଶ ପାଣ୍ଡେ, ପ୍ରଶାନ୍ତ ପଧାନ, ସଦାନନ୍ଦ ପଧାନ ଉପସ୍ଥିତ ଥିଲେ।ଫାଇନାଲ ପର୍ଯ୍ୟାୟରେ ବିଲାଇସର୍ଡା ଓ ସରଧାପ।ଳି ମଧ୍ୟରେ ମ୍ୟାଚ୍ ହୋଇଥିଲା ଓ ପରିଶେଷରେ ବିଲାଇସର୍ଡ଼ା ବିଜୟୀ ହୋଇଥିଲେ।ମ୍ୟାଚ୍ ପରିଚାଳନା କରୁଣା ପଧାନ,ଜିତୁ ପାତ୍ର, ଜଗ ପଧାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ସମନ୍ୱୟ
