
ଜେରୁଜେଲମ/ ତେଲଅଭିବ, 25 ଅକ୍ଟୋବର (ହି.ସ.) ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଗାଜାରେ ଥିବା ହମାସ ଆଡ୍ଡା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଇସ୍ରାଏଲ ସେନା ପକ୍ଷରୁ ଗାଜାରେ ଜୋରଦାର ବୋମା ବର୍ଷଣ କରାଯାଉଛି । ଗତ 24ଘଣ୍ଟାରେ ହମାସର 720ରୁ ଅଧିକ ଠିକଣା ଉପରେ ମିସାଇଲ୍ ଆକ୍ରମଣ କରିଛି ଇସ୍ରାଏଲ । ଏହି ଆକ୍ରମଣରେ 704ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ହମାସର ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ଯୁଦ୍ଧ ଭିତରେ ହମାସ ଇସ୍ରାଏଲକୁ ନୂଆ ପ୍ରସ୍ତାବ ଦେଇଛି । ହମାସ ପକ୍ଷରୁ କୁହାଯାଇଛି ଯେ, ଯଦି ଆକ୍ରମଣ ବନ୍ଦ କରିବ ତେବେ ବନ୍ଧକଙ୍କୁ ଛାଡିଦିଆଯିବ । ଅନ୍ୟପଟେ ଆଜି ଯୁଦ୍ଧର 19 ଦିନ ହୋଇଥିବା ବେଳେ ଏବେ ସୁଦ୍ଧା ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
