ଜୟପୁର, ୧୬ ଡିସେମ୍ବର (ହି.ସ.)- ରିଏଲ ଇଷ୍ଟେଟ ମାଲିଙ୍କ ଦ୍ଵାରା ସରକାରି ଜମି ଜବର ଦଖଲ ହୋଇଥିବା ନେଇ ଯୁବ ସଂଗଠନ ତରଫରୁ ଆଜି ଅଭିଯୋଗ କରାଯାଇଛି । ସଂଗଠନ ଆବାହକ ରବିନ୍ଦ୍ର ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ଜୟପୁର ସହର ଜୟନଗର ଆରଆଇ ଅଧିନରେ ଥିବା ଜମିରେ ଜାଗା ବିକ୍ରି ପାଇଁ ପ୍ଲଟ କରିଛନ୍ତି । ଉକ୍ତ ପ୍ଲଟ ବିକ୍ରି କରିବା ପାଇ ୩୦ ଫୁଟ ଚଉଡାର ରାସ୍ତା ନିର୍ମାଣ କରାଯାଇଛି । ଏହି ରାସ୍ତା ଜାଗା ସରକାରୀ ଜାଗା ହୋଇଥିବା ବେଳେ ଏହାକୁ ଜବରଦଖଲ କରାଯାଇଛି । କୋଟି କୋଟି ଟଙ୍କାର ଜାଗା ବିକ୍ରି କରିବାକୁ ଆସୁଥିବା ଏହି ରିଏଲ ଇଷ୍ଟେଟ ମାଲିକ ସରକାରୀ ଜମି ଜବରଦଖଲ ବିରୋଧରେ ଯଦି ପ୍ରଶାସନ କୌଣସି କାଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ । ତାହା ହେଲେ ଗରିବ ଭୂମିହିନଙ୍କ ଜବର ଦଖଲ ବିରୋଧରେ କାହିଁକି କାଯ୍ୟାନୁଷ୍ଠନ ଗ୍ରହଣ କରାଯାଉଛି ବୋଲି ପ୍ରଶ୍ନ କରିଛି ସଂଗଠନ । ଯଦି ରିଏଲ ଇଷ୍ଟେଟ କୁ ଅନୁମତି ଦିଆଯାଏ ତେବେ ଭୂମିହୀନ ଗରିବ ଲୋକଙ୍କୁ ମୁ୍ଣ୍ଡ ଗୁଞ୍ଜିବାକୁ କୁଡିଆ ନିର୍ମାଣ କରିବାକୁ ଏହି ଜାଗାରେ ଅନୁମତି ଦେବାକୁ ଦାବି କରାଯାଇଛି ।
ଏନେଇ ଗରିବ ଲୋକ ମାନେ ଆଜି ଏକତ୍ରିତ ହୋଇ ଜବର ଦଖଲକୁ ବିରୋଧ କରିଛନ୍ତି । ଏହି ସୂଚନା ପାଇ ସୁପରଭାଇଜର ହରିହର ସତପଥି, ଆରଆଇ ତିରେନ ଚାଲାଣ ଘଟଣାସ୍ଥଳକୁ ଯାଇଥିଲେ । ସଂଗଠନ ତରଫରୁ ତହସିଲଦାରଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ପବନ/ପ୍ରଦୀପ୍ତ/ସମନ୍ୱୟ
