
ଭବାନୀପାଟଣା, ୧୯ ଅକ୍ଟୋବର – କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଗତକାଲି ଭବାନୀପାଟଣା ସହର ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ- ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡଃ. ସଞ୍ଜୟ କୁମାର ଶତପଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡା. ଅଜୟ କୁମାର ମିଶ୍ର, ପୂର୍ବତନ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଏବଂ ବର୍ତ୍ତମାନର ଅଧ୍ୟକ୍ଷ ରୂପେଶ କୁମାର ହୋତା, ସଦସ୍ୟ ଭାରତ କୁମାର ପଣ୍ଡା, ସଦସ୍ୟ ସଞ୍ଜୟ କୁମାର ଏବଂ ସଦସ୍ୟ ଅଶୋକ କୁମାର ଚୌଧୁରୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଭବାନୀ ପଟ୍ଟନାୟକ ଏବଂ ସ୍ଵର୍ଣ୍ଣଲତା ମହାନ୍ତି ଏବଂ ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସାହ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ୧୮୦ ଜଣ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅନ୍ତେବାସୀଙ୍କ ମଧ୍ୟରେ ୧୦୦ ମିଟର ଦୌଡ ପ୍ରତିଯୋଗୀତା ଏବଂ ୨୦୦ ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, ଚେସ, କେରମ ଓ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତି ପ୍ରତିଯୋଗୀ ମାନେ ପୁରସ୍କୃତ ହୋଇଥିଲେ। ୧୦୦ ମିଟର ଦୌଡରେ ବାଳକ ବିଭାଗର ଶୁଭମ ମାଝୀ ( ଏନଏସଏମ) , ୨୦୦ ମିଟର ଦୌଡରେ ବାଳକ ବିଭାଗର ମାଣିକ ନାୟକ ( ବିଏସଏସ), ଉଚ୍ଚଡିଆଁରେ ମାଣିକ ନାୟକ (ବିଏସଏସ) , ଲମ୍ବଡିଆଁରେ ସୁରେନ୍ଦ୍ର ସୁନାନୀ ( ଏନଏସଏସ), ଚେସ ରେ ସୁଶାନ୍ତ ରାଉତ ( ବିଜିଏସଏନ) , କେରମରେ ମାଣ୍ଟୁ ମାଝୀ ( ବିଏସଏସ) ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି । ବାଳିକା ବିଭାଗରେ ୧୦୦ ମିଟର ଦୌଡରେ ରାଇମତି ମାଝୀ ( ଏନଏସଏସ) , ୨୦୦ ମିଟର ଦୌଡରେ ରାଇମତି ମାଝୀ (ଏନଏସଏସ), ଉଚ୍ଚ ଡିଆଁରେ ପୂଜା ମାଝୀ ( ଏନଏସଏମ), ଲମ୍ବ ଡିଆଁ ରେ ବେଲମତି ମାଝୀ ( ଏନଏସଏସ), କେରମ ରେ ଗୌରୀ ଜାଲ (ଯଶୋଦା), ଚେସରେ ଲୋପମୁଦ୍ରା ବିହାରୀ ( ଇଏମଆଇ) ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଫୁଟବଲ ପ୍ରତିଯୋଗିତାରେ ବାଳକ ବିଭାଗର ( ଏନଏସଏମ) ଏବଂ ବାଳିକା ବିଭାଗରେ ( ଏନଏସଏମ) ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିଛନ୍ତି ।
ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ଦୁଲାଳ ସେନାପତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବର୍ତମାନର ଅଧ୍ୟକ୍ଷ ରୁପେଶ ହୋତା, ପୂର୍ବତନ ଅଧ୍ୟକ୍ଷ ଡଃ. ଅଜୟ ମିଶ୍ର ଏବଂ ରାଜେଶ ନାୟକ ତଥା ସମସ୍ତ ସଦସ୍ୟ ଗଣ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟଗଣ, ବିଭିନ୍ନ ଖେଳକୁଦକୁ ପରିଚାଳନା କରୁଥିବା ପିଇଟି ଓ ବିଚାରକ ବୃନ୍ଦ ତଥା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟର ସମସ୍ତ କର୍ମକର୍ତ୍ତା ମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଶେଷରେ ଉତ୍ସାହ ୨୦୨୩ ର ଧ୍ଵଜା ଅବତରଣ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
