କୋଣାର୍କ /ଭୁବନେଶ୍ୱର, ୦୨ ଡିସେମ୍ବର (ହି.ସ.) – କୋଣାର୍କ ଉତ୍ସବ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଚନ୍ଦ୍ରଭାଗାର ବେଳାଭୂମିରେ ଆୟୋଜିତ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ର ଦ୍ୱିତୀୟ ଦିନରେ ବିଷୟବସ୍ତୁଥିଲା ପୁରୁଷ ବାଲୁକାଶିଳ୍ପୀଙ୍କ ପାଇଁ ପରିବେଶ ପର୍ଯ୍ୟଟନ ଓ ବନ୍ୟପ୍ରାଣୀଏବଂ ମହିଳା ବାଲୁକାଶିଳ୍ପୀଙ୍କ ପାଇଁ ପରିବେଶ ଏବଂ ଜଳବାୟୁ ପରିବର୍ତନ ।ଏହି ବିଷୟବସ୍ତୁକୁ ନେଇଭାରତବର୍ଷ ଓ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ ଗଣ ଚନ୍ଦ୍ରଭାଗାର ବେଳାଭୂମିକୁ ସଜାଇଥିଲେ ସେମାନଙ୍କ କଳା ନୈପୁଣ୍ୟ ।ସମୁଦ୍ରର ଅଥଳ ଜଳରାଶି ଆଉ ଅସରନ୍ତି ବେଳାଭୂଇଁର ବାଲୁକା ଭୂଖଣ୍ଡ ଚିତ୍ରିତ ହୋଇ ଉଠିଥିଲା ।ଚଳିତବର୍ଷ ଭାରତରୁ ପ୍ରାୟ ୧୪୦ ଜଣ ଶିଳ୍ପି ଯୋଗ ଦେଇଛନ୍ତି, ସେଥିରୁ ୪୦ ଜଣ ମହିଳା ଓ ୯୫ ଜଣ ପୁରୁଷ । ସ୍ପେନ୍, ରୁଷିଆ, ଜାପାନ, ପର୍ତୁଗାଲ ଓ ଶ୍ରୀଲଙ୍କାରୁ ପ୍ରାୟ ୫ ଜଣ ବିଦେଶୀ ବାଲୁକା ଶିଳ୍ପି ମଧ୍ୟ ଚନ୍ଦ୍ରଭାଗା ବେଳାଭୂମିରେ ତାଙ୍କ କଳା ନୈପୁଣ୍ୟକୁ ରୂପ ଦେବା ପାଇଁ ଅଂଶଗ୍ରହଣ କରିଛନ୍ତି ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
