ନୂଆଦିଲ୍ଲୀ, 3 ଡିସେମ୍ବର (ହି.ସ.)- ଭାରତ ରତ୍ନ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀରେ
ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡ଼. ରାଜେନ୍ଦ୍ର ପ୍ରସାଦ ଜୀଙ୍କ ଜନ୍ମଜୟନ୍ତୀରେ
ଶ୍ରଦ୍ଧାଞ୍ଜଳି। ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାଗୀଦାର ହେବାରୁ ଆରମ୍ଭ କରି,
ସମ୍ବିଧାନ ସଭାର ଅଧ୍ୟକ୍ଷତା କରିବା ଏବଂ ଦେଶର ପ୍ରଥମ ରାଷ୍ଟ୍ରପତି
ହେବା ପର୍ଯ୍ୟନ୍ତ—ସେ ଅତୁଳନୀୟ ଗରିମା, ସମର୍ପଣ ଏବଂ
ସୁସ୍ପଷ୍ଟ ଉଦ୍ଦେଶ୍ୟବୋଧ ସହିତ ଦେଶ ସେବା କରିଥିଲେ। ସାର୍ବଜନୀନ ଜୀବନରେ ତାଙ୍କ ଦୀର୍ଘ ସମୟ
ସରଳତା, ସାହସ ଏବଂ ଜାତୀୟ ଏକତା ପ୍ରତି ନିଷ୍ଠାରେ ଚିହ୍ନିତ ରହିଛି। ତାଙ୍କର
ଉଦାହରଣୀୟ ସେବା ଓ ଦୃଷ୍ଟିକୋଣ ପିଢ଼ୀରୁ ପିଢ଼ୀ ପର୍ଯ୍ୟନ୍ତ ପ୍ରେରଣା ଦେଇଯାଉଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
