ନୂଆଦିଲ୍ଲୀ, ୦୨ ଡିସେମ୍ବର(ହି.ସ.) – ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନ୍ଏଚ୍ଏଆଇ) ନ୍ୟାସନାଲ୍ ହାଇୱେ ଉପଯୋଗର୍କତାଙ୍କ ସୁରକ୍ଷା ବଢ଼ାଇବା ଏବଂ ଯାତ୍ରା ଅନୁଭବକୁ ଉତମ ବନାଇବା ପାଇଁ ରିଲାୟଂସ ଜିୟୋ ସହିତ ମୋବାଇଲ୍ ଆଧାରିତ ସୁରକ୍ଷା ଆଲର୍ଟ ସିଷ୍ଟମ ଲାଗୁ କରିବା ପାଇଁ ବୁଝାମଣା କରିଛି। ଏହାଦ୍ୱାରା ଦୁର୍ଘଟଣା ସମ୍ଭାବିତ କ୍ଷେତ୍ର, ଧୁନ୍ଧ ପ୍ରଭାବିତ ଅଂଚଳ, ବୁଲା ପଶୁ ଥିବା ସ୍ଥାନ ଏବଂ ଆପାତକାଳୀନ ମାର୍ଗ ପରିବର୍ତନ ପାଖରେ ପହଂଚିବା ଉପରେ ଯାତ୍ରୀଙ୍କୁ ଏସ୍ଏମ୍ଏସ୍, ହ୍ୱାର୍ଟସଆପ୍ ଏବଂ ଉଚ୍ଚ ପ୍ରାଥମିକତା କଲ୍ ମାଧ୍ୟମରେ ସମୟରେ ଚେତାବନୀ ଦିଆଯିବ। ଏହାକୁ ଏନ୍ଏଚ୍ଏଆଇର ଡିଜିଟାଲ ପ୍ଲାଟଫର୍ମ ରାଜମାର୍ଗ ଯାତ୍ରା ଆପ୍ ଏବଂ ହେଲ୍ପଲାଇନ୍ ସହିତ ଚରଣବଦ୍ଧ ଉପାୟରେ ଯୋଡ଼ାଯିବ। ଏହାଦ୍ୱାରା ନେସନାଲ୍ ହାଇୱେ ଉପରେ ଯାତ୍ରା ଏବଂ ଅଧିକ ସୁରକ୍ଷିତ ହୋଇଯିବ।
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଅନୁଯାୟୀ, ଏହି ସିଷ୍ଟମ ମାଧ୍ୟମରେ ଯାତ୍ରୀଙ୍କୁ ମୋବାଇଲ୍ ଫୋନରେ ପୂର୍ବରୁ ଚେତାବନୀ ଦିଆଯିବ, ଯେତେବେଳେ ସେ ଦୁର୍ଘଟଣା ସମ୍ଭାବିତ ଅଂଚଳ, ବୁଲା ପଶୁ ଥିବା ଅଂଚଳ, ଧୁଂଧ ପ୍ରଭାବିତ ଅଂଚଳ ବା ଆପାତକାଳୀନ ମାର୍ଗ ପରିବର୍ତନ ପାଖରେ ପହଂଚିବେ। ଆଲର୍ଟ ଏସ୍ଏମ୍ଏସ୍, ହ୍ୱାଟସ୍ଆପ୍ ଏବଂ ଉଚ୍ଚ ପ୍ରାଥମିକତା ଥିବା କଲ୍ ଜରିଆରେ ପଠାଯିବ।
ଏଚ୍ଏଚ୍ଏଆଇର ଡିଜିଟାଲ୍ ପ୍ଲାଟଫର୍ମ ପରି ରାଜମାର୍ଗ ଯାତ୍ରା, ମୋବାଇଲ୍ ଆପ୍ ଏବଂ ଆପାତକାଳୀନ ହେଲ୍ପଲାଇନ୍ ୧୦୩୩ ସହିତ ଏହି ସିଷ୍ଟମକୁ ଚରଣବଦ୍ଧ ଉପାୟରେ ଏକୀକୃତ କରାଯିବ। ଏହି ଅଟୋମେଟେଡ୍ ସିଷ୍ଟମ ସମସ୍ତ ଜିୟୋ ମୋବାଇଲ୍ ଉପଯୋଗକର୍ତାମାନଙ୍କ ପାଇଁ କାମ କରିବ ଏବଂ ତାଙ୍କୁ ବିପଦଥିବା ଅଂଚଳରେ ପ୍ରବେଶ କରିବା ପୂର୍ବରୁ ସୁରକ୍ଷିତ ନିର୍ଣ୍ଣୟ ନେବା ପାଇଁ ସାହାଯ୍ୟ କରିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
…………………………………
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି
