ଜୟପୁର, ୨୨ ଅଗଷ୍ଟ (ହି.ସ.)- ବୋରିଗୁମ୍ମାକୁ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି) ଘୋଷଣା ଦାବିରେ ଆଜି ୧୨ ଘଂଟିଆ ବୋରିଗୁମ୍ମା ବନ୍ଦ ପାଳନ କରାଯାଉଛି । ବୋରିଗୁମ୍ମା ନାଗରିକ ମଂଚ ପକ୍ଷରୁ ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ଫଳରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ବନ୍ଦ ରହିଛି । ତେବେ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
