ଚଣ୍ଡିଗଡ, 22 ଅଗଷ୍ଟ (ହି.ସ.)
– ପଂଜାବୀ ଫିଲ୍ମର ପ୍ରସିଦ୍ଧ
କମେଡିଆନ୍ ଜଶବିନ୍ଦର ଭଲ୍ଲା (୬୫ ବର୍ଷ)ଙ୍କର ଶୁକ୍ରବାର ସକାଳେ ଚଣ୍ଡିଗଡ଼ ନିକଟରେ ଥିବା ମୋହାଲିରେ
ଦେହାନ୍ତ ହୋଇଛି। ଭଲ୍ଲା ଗତ କିଛି ଦିନ ହେବ ରୋଗରେ ପୀଡ଼ିତ ହୋଇ ମୋହାଲିର ଫୋର୍ଟିସ୍
ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ, ଯେଉଁଠାରେ ସେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜସବିନ୍ଦର ଭଲ୍ଲାଙ୍କର
ଅନ୍ତିମ ସଂସ୍କାର ୨୩ ଅଗଷ୍ଟରେ ମୋହାଲିରେ କରାଯିବ।
ଜଶବିନ୍ଦର ଭଲ୍ଲା ପଞ୍ଜାବୀ
କମେଡି ଜଗତର ସେହି କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ଦୂରଦର୍ଶନର ସାପ୍ତାହିକ
କାର୍ଯ୍ୟକ୍ରମ ଦ୍ୱାରା ତାଙ୍କର
କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୯ ମସିହାରେ ସେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ, ଲୁଧିଆନାରେ ଏକ ଅଧ୍ୟାପକ ଭାବେ ନିଯୁକ୍ତ ହୋଇଥିଲେ। ବିଶ୍ୱବିଦ୍ୟାଳୟରେ ସେବା ଦେବା ସହିତ ସେ ନାଟକ ଜଗତରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରିଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
