ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)- ବିଧବାମାନଙ୍କ ମାନବାଧିକାର ସୁରକ୍ଷା ଉପରେ ପରାମର୍ଶ ପାଇଁ ଚିଠି । ସମସ୍ତ
ଜିଲ୍ଲାରେ ବିଧବାମାନଙ୍କ ମାନବାଧିକାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି ।
ଏନେଇ ଜାରି ହୋଇଛି ନିର୍ଦ୍ଦେଶାବଳି । ସମସ୍ତ ଜିଲ୍ଲାରେ ବିଧବା ହିତାଧିକାରୀଙ୍କ ପାଇଁ ଆୟୋଜନ
ହେବ ଆଧାର ଶିବିର ।
ଜିଲ୍ଲା ଆଇନ ସେବା ସଂଘଗୁଡ଼ିକ ଦ୍ୱାରା ବିଧବାମାନଙ୍କ ପାଇଁ ଆଇନ ସଚେତନତା ଶିବିର ଆୟୋଜନ
ସହ ଶିବିରଗୁଡ଼ିକରେ ବିଧବାମାନଙ୍କର ବିଭିନ୍ନ ଅଧିକାର ଯେପରିକି ସମ୍ପତ୍ତିର ଉତ୍ତରାଧିକାର
ଅଧିକାର, ଇତ୍ୟାଦି ଉପରେ ଆଲୋକପାତ
କରାଯିବ ।
ଆଶ୍ରୟସ୍ଥଳରେ ବିଧବାମାନଙ୍କ ପାଇଁ ସମୟକାଳୀନ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ। ନିୟମିତ
ବ୍ୟବଧାନରେ ଡାକ୍ତର ଏବଂ ମନସ୍ତତ୍ତ୍ୱବିତ୍ ଆଶ୍ରୟସ୍ଥଳଗୁଡ଼ିକୁ ପରିଦର୍ଶନ କରିବେ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
