ପୁରୀ, 27 ଏପ୍ରିଲ : ପୁରୀ ସଦର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ ଜିତାଇବା ପାଇଁ ଶତାଧିକ ଆଇନଜୀବୀମାନେ ଅଣ୍ଟା ଭିଡିଛନ୍ତି । ଏଥିପାଇଁ ବଡଦାଣ୍ଡର ଏକ ମଣ୍ଡପରେ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବୀନ ସରକାରଙ୍କ ବିଶ୍ୱସ୍ତରୀୟ କାର୍ଯ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ଶ୍ରୀମାର୍ଗ, ତୀର୍ଥପୁଷ୍କରଣୀ ରୂପାନ୍ତରିକରଣ, ସ୍ୱର୍ଗଦ୍ୱାରରେ ଶବକୁ ସମ୍ମାନ , ଶ୍ରୀଜଗନ୍ନାଥ ଷ୍ଟାଡ଼ିଅମ, ବ୍ଲୁ ଫ୍ଲାଗ ବିଚ, ନୀଳାଦ୍ରି ବିଚ ଆଦି ଅନେକ ଉନ୍ନତି ମୂଳକ କାର୍ଯ୍ୟ ବିଜେଡି ସରକାର କରିଛି ।
ଏହାକୁ ଅନ୍ୟ ଦଳର ଜଣେ ନେତା ମୋ ଅମଳରେ ଓ ମୁଁ କରିଛି ବୋଲି ମିଛ ପ୍ରଚାର ପତ୍ର ବାଣ୍ଟୁଛନ୍ତି । ଏ ସମ୍ପର୍କରେ ଜନସାଧାରଣ ଭଲଭାବେ ଜାଣିଛନ୍ତି । ଏହା ବିରୁଦ୍ଧରେ ପ୍ରତି ସାହି ଗଳି କନ୍ଦିରେ ପଥପ୍ରାନ୍ତ ସଭା କରାଯିବ ବୋଲି ଯୁବନେତା ତଥା ଆଇନଜୀବୀ ବିଶ୍ୱଜିତ ପ୍ରଧାନ ଆହ୍ୱାନ ଦେଇଥିଲେ । ଓକିଲସଂଘ ଓ ଓକିଲମାନଙ୍କ ଉନ୍ନତି ପାଇଁ ଆଲୋଚନା ହୋଇଥିଲା । ଓକିଲମାନେ ରହୁଥିବା ସାହି ମାନଙ୍କର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା । ଆଇନଜୀବୀମାନଙ୍କ ସ୍ୱାସ୍ଥ୍ୟବୀମା ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା । ବି.ଟେକ ଓ ଏମବି କରିଥିବା ଉଚ୍ଚଶିକ୍ଷିତ ସୁନୀଲଙ୍କ ପ୍ରତି ନିର୍ବାଚନମଣ୍ଡଳୀରେ ସମର୍ଥନ ବଢୁଥିବା ଅନେକ ଓକିଲ ମତ ଦେଇଥିଲେ । ହାୱା ନେତା ଙ୍କୁ ହଟାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ଶେଷରେ କାଜୁଜୀ ଧନ୍ୟବାଦ ଦେଇଥିଲେ ।
