ଗଞାମ, ୨୮ ନଭେମ୍ବର (ହି.ସ.)- ସରକାରୀ ଓ ବେସରକାରୀ ସ୍ତରରେ ବ୍ଯାପକ ସଚେତନତା ସତ୍ତ୍ବେ ସମାଜରୁ ବାସନ୍ଦ ପ୍ରଥା ହଟୁନି। ଗଂଜାମ ଜିଲାର ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରା ଅନ୍ଯ ଜାତିରେ ବିବାହ କରିଥିବାରୁ ତାଙ୍କ ପରିବାରକୁ କୂଳରେ ବାସନ୍ଦ କରାଯାଇଛି। ଏ ସଂପର୍କରେ ଛତ୍ରପୁର ଥାନାରେ ପରିବାର ପକ୍ଷରୁ ତାକଂ ବାପା ବିଜୟ ବେହରା ଅଭିଯୋଗ କରିଛନ୍ତି । ଛତ୍ରପୁର ଥାନା ପୁଲିସ୍ ମୁନିସିପେଣ୍ଠ କୈବର୍ତ୍ତ କୂଳ ସମାଜ କର୍ମକର୍ତ୍ତା ଓ ବିଜୟଙ୍କ ପରିବାରକୁ ଡାକି ଏ ସଂପର୍କରେ ଆଲୋଚନା କରାଯାଇଥିଲେ ମଧ୍ଧ ଘଟଣାର ଅପୋଷ ସମାଧାନ ଦୁଇ ଦିନ ହେଲା ହୋଇପାରିନାହିଁ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
