ଭୁବନେଶ୍ୱର, – ବିଜେଡି ବିରୋଧରେ ପୁଣି ଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ ବିଜେଡି କର୍ମୀ ମୋ ସ୍କୁଲର ସମୀକ୍ଷା କରୁଛନ୍ତି । ୯୩ ବ୍ଲକର ମୋ ସ୍କୁଲର ସମୀକ୍ଷା ପାଇଁ ୯୩ କର୍ମଚାରୀଙ୍କୁ ପଠାଇଛନ୍ତି ସରକାର । ଏନେଇ ଏପ୍ରିଲ ୧୦ରେ ଚିଠି କରିଛନ୍ତି ରାଜ୍ୟ ସରକାର । ସମୀକ୍ଷା ପାଇଁ ବିଜେଡି କର୍ମୀଙ୍କୁ ଭଲ୍ୟୁଂଟର ଭାବେ ନିୟୋଜିତ କରାଯାଇଛି ।
ସୁନ୍ଦରଗଡ଼ ଏସଡିପିଓ ବିଜେଡି ପାଇଁ କାମ କରୁଛନ୍ତି । ସେହିପରି ଭସ୍ମା ଥାନା ଆଇଆଇସି ମଧ୍ୟ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ କରିବା ସହ ଅଫିସରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି ପ୍ରତିନିଧିଦଳ ।
