ଡେରାଡୁନ, 28 ନଭେମ୍ବର (ହି.ସ.)- ଆଦି କୈଳାସ ଓ ଓମ ପର୍ବତ ଯାତ୍ରା 2025 ଡିସେମ୍ବର
1ରୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଦିଆଯିବ। ଏହି ସୂଚନା ଦେଇ ଧାରଚୁଲାର ଉପଜିଲା ମାଜିଷ୍ଟ୍ରେଟ
ଜିତେନ୍ଦ୍ର ବର୍ମା କହିଛନ୍ତି ଯେ ସୋସିଆଲ୍ ମିଡିଆରେ ମିଳିଥିବା ଭିଡିଓ ଏବଂ ବି.ଆର୍.ଓ. ଠାରୁ
ମିଳିଥିବା ରିପୋର୍ଟ ଅନୁସାରେ ପାର୍ବତୀ କୁଣ୍ଡ ଅଞ୍ଚଳରେ ତାପମାତ୍ରା ବହୁତ କମିଯାଇଛି ଏବଂ ବରଫ
ଜମିବା ଆରମ୍ଭ ହୋଇଛି, ଫଳରେ ଏହି ପଥ ଏବେ ଅସୁରକ୍ଷିତ ହୋଇପଡ଼ିଛି।
ସେ କହିଛନ୍ତି ଯେ ରିପୋର୍ଟରେ ଏହାମଧ୍ୟ ଲେଖାଯାଇଛି ଯେ
ଉଚ୍ଚ ଅଞ୍ଚଳରୁ ସ୍ଥାନୀୟ ଲୋକମାନଙ୍କର ପଲାୟନ ଆରମ୍ଭ ହୋଇଛି ଏବଂ ଯାତ୍ରା ପାଇଁ ଆବଶ୍ୟକ ଇନର୍
ଲାଇନ୍ ପରମିଟ୍ର ଆବେଦନ ସଂଖ୍ୟା ମଧ୍ୟ ଅତ୍ୟନ୍ତ କମ୍ ଅଛି। ଗତ ବର୍ଷ 2024ରେ ମଧ୍ୟ ଏହି
ପରମିଟ୍ 15 ନଭେମ୍ବରରୁ ବନ୍ଦ କରାଯାଇଥିଲା।
ସେ କହିଛନ୍ତି ଯେ ଏହି ସମସ୍ତ ପରିସ୍ଥିତିକୁ ଧ୍ୟାନରେ
ରଖି, ଜିଲ୍ଲା ପ୍ରଶାସନ
ଆଦି କୈଳାସ–ଓମ ପର୍ବତ ଯାତ୍ରା–ଦର୍ଶନ 2025 ପାଇଁ
ଜାରି ହେଉଥିବା ଇନର୍ ଲାଇନ୍ ପରମିଟ୍କୁ 1 ଡିସେମ୍ବରରୁ ବନ୍ଦ କରିବାର ନିଷ୍ପତି ନେଇଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
