• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ମଧ୍ୟପ୍ରଦେଶରେ ଜଳ ଜୀବନ ମିଶନର ଦୁର୍ନୀତି ଉପରେ ସରକାରଙ୍କ ପ୍ରହାର
National

ମଧ୍ୟପ୍ରଦେଶରେ ଜଳ ଜୀବନ ମିଶନର ଦୁର୍ନୀତି ଉପରେ ସରକାରଙ୍କ ପ୍ରହାର

CliQ INDIA
Last updated: November 29, 2025 5:45 am
CliQ INDIA
Share
4 Min Read
SHARE

ଜାଲିଆତି କରିଥିବା 280 ଏଜେନ୍ସି ଓ 22 ଠିକାଦାରଙ୍କୁ

ବ୍ଲାକଲିଷ୍ଟ, ଟେଣ୍ଡର ବାତିଲ

ଟେଣ୍ଡର ପ୍ରକ୍ରିୟା ଉଲ୍ଲଂଘନ କରିଥିବା 10

ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ମାମଲା ସିବିଆଇକୁ ହସ୍ତାନ୍ତର

ରାମାନୁଜ ଶର୍ମା

ନୂଆଦିଲ୍ଲୀ, 28 ନଭେମ୍ବର (ହି.ସ) ମଧ୍ୟ ପ୍ରଦେଶରେ

ସାଧାରଣ ଜନତା, ବିଶେଷକରି ଗରିବମାନଙ୍କୁ, ପିଇବା ପାଇଁ ଶୁଦ୍ଧ

ଜଳ ପ୍ରଦାନ କରିବାକୁ ‘ହର ଘର ଜଳ’ ଯୋଜନାର କାର୍ଯ୍ୟାନୁଷ୍ଠାନରେ ବିପୁଳ ଅନିୟମିତତା ଏବଂ ଜାଲିଆତିର

ପର୍ଦ୍ଦାଫାଶ ହୋଇଛି। ଏହା ପରେ 280ଟି ଏଜେନ୍ସି ଏବଂ 22 ଠିକାଦାରଙ୍କୁ କଳାତାଲିକାଭୁକ୍ତ

କରାଯାଇଛି, ସନ୍ଦେହଜନକ

ଠିକାଗୁଡିକ ରଦ୍ଦ କରାଯାଇଥିବା ବେଳେ ଦେଢଶହରୁ ଅଧିକ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି ।

ଏହା ସହ ମାମଲାଟି ମଧ୍ୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ପ୍ରଦାନ

କରାଯାଇଛି।

କେନ୍ଦ୍ର ସରକାରଙ୍କ ସହଯୋଗରେ ମଧ୍ୟ ପ୍ରଦେଶ ସରକାର

2020 ମସିହାରୁ ରାଜ୍ୟରେ ‘ଜଳ ଜୀବନ ମିଶନ’ ଆରମ୍ଭ କରିଥିଲେ, କିନ୍ତୁ ଦୀର୍ଘ ସମୟ ଧରି ମିଳୁଥିବା ଦୁର୍ନୀତିର

ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରେ ଅନିୟମିତତା ଏବଂ ଜାଲିଆତି କରୁଥିବା ଏଜେନ୍ସି, ଠିକିଦାରଙ୍କ ଉପରେ

ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଏଥିରେ ସଂପୃକ୍ତ ଥିବା ଅନେକ ଅଧିକାରୀଙ୍କ ଉପରେ ମଧ୍ୟ

କଠୋର କାର୍ଯ୍ୟାନୁଷ୍ଠାନ କରାଯାଇଛି।

ଜନସ୍ୱାସ୍ଥ୍ୟ

ଅଭିଯାନ୍ତ୍ରିକୀ ବିଭାଗର ପ୍ରମୁଖ ସଚିବ ପି. ନରହରି ହିନ୍ଦୁସ୍ତାନ ସମାଚାର ସହିତ ଆଲୋଚନାରେ କହିଛନ୍ତି

ଯେ ବିଭାଗ ଏହି ସମସ୍ତ ଅନିୟମିତତା ଏବଂ ଦୁର୍ନୀତିର ତଦନ୍ତ ସମ୍ପୂର୍ଣ୍ଣ ପାରଦର୍ଶୀତା ସହ ହେବା

ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିଛି। ସେ କହିଛନ୍ତି ଯେ ଏବେ ତାଙ୍କୁ ପୁରା ସନ୍ତୋଷ ଓ ଭରସା ଅଛି

ଯେ ଜଳ ଜୀବନ ମିଶନର ଲକ୍ଷ୍ୟକୁ ଶତପ୍ରତିଶତ ପ୍ରାପ୍ତ କରାଯାଇପାରିବ।

ସେ କହିଛନ୍ତି ଯେ ରାଜ୍ୟରେ

ଦୀର୍ଘ ସମୟ ଧରି ଜଳ ଜୀବନ ମିଶନ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଜିଲ୍ଲା ସ୍ତରରୁ ଶାସନ ସ୍ତର

ପର୍ଯ୍ୟନ୍ତ ପହଞ୍ଚୁଥିଲା। କିନ୍ତୁ ଏହି ଅଭିଯୋଗଗୁଡିକୁ ଅଣଦେଖା କରାଯାଉଥିଲା କିମ୍ବା ମାମଲାକୁ ଲୁଚାଇ

ଦିଆଯାଉଥିଲା। ଯେତେବେଳେ ଏହି ଅଭିଯୋଗଗୁଡିକର ପାହାଡ଼ ସୃଷ୍ଟି ହେଲା ଏବଂ ସେଗୁଡିକ ସରକାର

ପର୍ଯ୍ୟନ୍ତ ଗଲା, ସରକାର ସତର୍କ ହେଲା। ତାପରେ

ରାଜ୍ୟ ସରକାର ମନ୍ତ୍ରାଳୟର ଶୀର୍ଷ ଅଧିକାରୀମାନଙ୍କୁ ଗଭୀର ତଦନ୍ତର ନିର୍ଦ୍ଦେଶ ଦେଲେ।

ଏଭଳିଭାବେ ରାଜ୍ୟର ଜଳ ଜୀବନ ମିଶନ ପ୍ରକଳ୍ପର ଗଭୀର ତଦନ୍ତ କରାଗଲା ଯେଉଁଠି ଅନେକ ଖୁଲାସା

ହୋଇଛି । ପ୍ରକଳ୍ପ ସହ ସଂପୃକ୍ତ ଏଜେନ୍ସି, ଠିକିଦାର ଓ

ଅଧିକାରୀମାନଙ୍କର ଦୁର୍ନୀତି ମଧ୍ୟ ପ୍ରକାଶିତ ହେଲା।

ପି. ନରହରି କହିଛନ୍ତି ଯେ ଗତ

ଦୁଇ ବର୍ଷ ଧରି ଜଳ ଜୀବନ ମିଶନରେ ବହୁତ ପ୍ରକାରର ଅନିୟମିତତାର ଅଭିଯୋଗ ଆସୁଥିଲା। ଏହାକୁ

ଧ୍ୟାନରେ ରଖି ସରକାର ପ୍ରକଳ୍ପର ପ୍ରତ୍ୟେକ ସ୍ତରରେ ବ୍ୟାପକ ତଦନ୍ତ କରାଇଲେ। ଯେଉଁଠି ଯାହା

ତୃଟି, ଅବହେଳା, ଅନିୟମିତତା କିମ୍ବା ଦୁର୍ନୀତି ମିଳିଲା, ସେଠି ଦୃଢ଼

କାର୍ଯ୍ୟାନୁଷ୍ଠାନ ନିଆଗଲା। ପ୍ରକଳ୍ପରେ ନିଯୁକ୍ତ ଏଜେନ୍ସି ଓ ଠିକିଦାରମାନଙ୍କୁ କେବଳ କଠୋର

ଦଣ୍ଡ ଦିଆଯାଇ ନାହିଁ, ତାଙ୍କର ଚୁକ୍ତି ବି ବାତିଲ

କରାଯାଇଛି ଏବଂ ଜରିମାନା ଲଗାଯାଇଛି। ନକଲି ଖାତା ସମ୍ପର୍କିତ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର

କରାଯାଇଛି। ଅଧିକାରୀମାନଙ୍କ ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ସବୁ

ବିବରଣୀକୁ ପୋର୍ଟାଲରେ ଅପଲୋଡ୍ କରାଯାଇଛି।

ସେ କହିଛନ୍ତି ଯେ ଜଳ-ଜୀବନ

ମିଶନର କାର୍ଯ୍ୟ ଗୁଡିକରେ ଅନିୟମିତତା ଜଣାପଡିବା ପରେ 280 ଏଜେନ୍ସି ଏବଂ 22 ଠିକିଦାରଙ୍କୁ କଳାତାଲିକାଭୁକ୍ତ

କରାଯାଇଛି। ସେମାନଙ୍କର ଚୁକ୍ତି ମଧ୍ୟ ବତିଲ କରାଯାଇଛି। ଭୁଲ ଡିପିଆରତିଆରି କରିଥିବା 141 ଅଧିକାରୀ ଏବଂ 187 ଏଜେନ୍ସିଙ୍କୁ ନୋଟିସ ଜାରି କରାଯାଇଛି। ଟେଣ୍ଡର ପ୍ରକ୍ରିୟାର

ଉଲ୍ଲଂଘନ କରିଥିବା 10 ଅଧିକାରୀଙ୍କ ବିରୋଧରେ ମଧ୍ୟ

କାର୍ଯ୍ୟାନୁଷ୍ଠାନ ହୋଇଛି। ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାରେ ଠିକିଦାରମାନଙ୍କ ବିରୋଧରେ

କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ଏହି ପ୍ରକରଣ ସିବିଆଇକୁ ହସ୍ତାନ୍ତର ହୋଇଛି। ଏପର୍ଯ୍ୟନ୍ତ 30 କୋଟି ଟଙ୍କାର ଜରିମାନା ଲଗାଯାଇଛି। ପୁନରୀକ୍ଷଣ ଯୋଜନା ପରୀକ୍ଷଣ

ସମିତି ଗଠନ କରାଯାଇଛି ଏବଂ 8,358 ଏକକ ଗ୍ରାମ ନଳ-ଜଳ

ଯୋଜନାର ପରୀକ୍ଷା କରାଯାଇଛି।

ନରହରି କହିଛନ୍ତି ଯେ ମୁଖ୍ୟ

ସଚିବଙ୍କ ନିର୍ଦ୍ଦେଶାନୁସାରେ ପୁନରୀକ୍ଷିତ ଯୋଜନାମାନଙ୍କର ପରୀକ୍ଷା ପାଇଁ ସମ୍ବନ୍ଧିତ ମୁଖ୍ୟ

ଅଭିଯନ୍ତାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାଭିତ୍ତିକ ପୁନରୀକ୍ଷଣ ଯୋଜନା ପରୀକ୍ଷଣ ସମିତି ଗଠନ

କରାଯାଇଥିଲା, ଯେଉଁଥିରେ ଜଳ ନିଗମର ଅଧିକାରୀମାନଙ୍କୁ

ମଧ୍ୟ ସମ୍ମିଳିତ କରାଯାଇଥିଲା। ଏହି ସମିତି ଦ୍ୱାରା 8,358 ଏକକ ଗ୍ରାମ ନଳ-ଜଳ ଯୋଜନାମାନଙ୍କର ପୁନରୀକ୍ଷିତ ଯୋଜନାର ପରୀକ୍ଷା କରାଯାଇଛି।

ସମିତିର ପ୍ରତିବେଦନ ଆଧାରରେ,

ସରକାର ଜଳ-ଜୀବନ ମିଶନ ପରି ଜନସେବା ସମ୍ବନ୍ଧୀୟ

ଗୁରୁତ୍ୱପୂର୍ଣ୍ଣ କାର୍ୟରେ ହୋଇଥିବା ଅବହେଳାକୁ ଗଭୀରତାର ସହ ନିଆଯାଇ, କଠୋର ପ୍ରଶାସନିକ ଆଭିମୁଖ୍ୟ ଆପଣାଇଛି ଏବଂ ଉପଯନ୍ତ୍ରୀରୁ ଆରମ୍ଭ କରି

କାର୍ଯ୍ୟପାଳନ ଯନ୍ତ୍ରୀ ପର୍ଯ୍ୟନ୍ତ 141 ଅଧିକାରୀଙ୍କୁ

ଗ୍ରାମ ଯୋଜନାର ତୃଟିପୂର୍ଣ୍ଣ ଡିପିଆରତିଆରି କରିବା ପାଇଁ କାରଣ ଦେଖାଅ ନୋଟିସ ଜାରି କରାଯାଇଛି। ସେଥିସହିତ, ଡିପିଆରତିଆରି କରିଥିବା 187 ଏଜେନ୍ସିଙ୍କୁ ମଧ୍ୟ ନୋଟିସ

ଜାରି କରାଯାଇଛି।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ସୁନା ଓ ରୂପା ମୂଲ୍ୟ ବୃଦ୍ଧି ଭାରତରେ ଶକ୍ତିଶାଳୀ ବିଶ୍ଵ ଦାବି ମଧ୍ୟରେ
ଧ୍ୟାନ ଓ ଆଧ୍ୟାତ୍ମିକତା ହିଁ ବିକଶିତ ଭାରତ 2047ର ଚାବିକାଠି- ସିପି ରାଧାକୃଷ୍ଣନ
ଋଷ ଅଭିମୁଖେ ଗସ୍ତ କଲେ ପିଏମ ମୋଦି, ପୁଟିନଙ୍କ ସହ ହେବାକୁ ଥିବା ସାକ୍ଷାତ ଉପରେ ବିଶ୍ୱର ନଜର | BulletsIn
ସୁପ୍ରିମକୋର୍ଟ ନ୍ୟାୟିକ ଦୁର୍ନୀତି ଉପରେ ଥିବା ବିବାଦୀୟ NCERT ପାଠ୍ୟପୁସ୍ତକ ଅଧ୍ୟାୟକୁ ବ୍ୟାନ କଲା, ଅଧିକାରୀମାନଙ୍କ ଠାରୁ ଜବାବ ମାଗିଲା।
ମୁଁ କ୍ଷମା କରିପାରିବି, କିନ୍ତୁ ବିହାରବାସୀ ମୋର ମାଆଙ୍କ ଅପମାନ କେବେ କ୍ଷମା କରିବେନି- ନରେନ୍ଦ୍ର ମୋଦି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଶୂନ୍ୟକାଳରେ ଗୃହରେ କଂଗ୍ରେସ ଦଳର ଉଦବେଗ
Next Article ଭିନ୍ନ ଜାତିରେ ବିବାହ କରିଥିବାରୁ ପରିବାରକୁ ବାସନ୍ଦ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?