




























ମାଲକାନଗିରି, ୧୭ ଅକ୍ଟୋବର (ହି.ସ.)-ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ, ମହାମହିମ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ଭାରତୀୟ ଜନତା ପାର୍ଟି ନେତୃବୃନ୍ଦ ।
ମାଲକାନଗିରି ଜିଲ୍ଲାରେ ପାଣି ଅଭାବରେ ଚାଷୀଙ୍କ ଲକ୍ଷ୍ମୀ ଯାହାକି ଧାନ ତାହା ନଷ୍ଟ ହେଉଛି,ଏବେ ମରୁଡ଼ି ଅବସ୍ଥା । ଏହା ପ୍ରତି ସରକାରଙ୍କ କୌଣସି ଧ୍ୟାନ ନାହିଁ , ଆନ୍ତରିକତା ନାହିଁ । ସରକାର ବ୍ୟସ୍ତ ନିଜ ଲକ୍ଷ୍ମୀ ଯୋଜନା ଉଦଘା ଟନ କରି ଶହ ଶହ ବସ ଆଣି ହଜାର ହଜାର ଲୋକଙ୍କୁ ରୁଣ୍ଡ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିବାରେ । ଭାରତୀୟ ଜନତା ପାର୍ଟି ଦାବି କରିଛନ୍ତି, ଚାଷୀଙ୍କ ହିତକୁ ନଜରରେ ରଖି ୧୫ ଦିନ ମଧ୍ୟରେ ଜିଲ୍ଲାର ଚାଷ ଜମିକୁ କେନାଲ ପାଣି ପର୍ଯ୍ୟାପ୍ତ ପରିମାଣରେ ନଯୋଗାଇ ପାରିଲେ ଜିଲ୍ଲାକୁ ମରୁଡି ଜିଲ୍ଲା ଘୋଷଣା କରିବା ସଙ୍ଗେ ସଙ୍ଗେ ଚାଷୀଙ୍କୁ କ୍ଷତି ପୂରଣ ଦେବା ନିମନ୍ତେ ସୁବ୍ୟବସ୍ଥା କରାଯାଉ, ନଚେତ ଆଗାମୀ ଦିନରେ ଚାଷୀମାନଙ୍କୁ ନେଇ କୃଷକ ମୋର୍ଚ୍ଚା, ଭାରତୀୟ ଜନତା ପାର୍ଟୀ ରାଜରାସ୍ତାକୁ ଓହ୍ଲାଇବ । ଜିଲ୍ଲା ସଭାପତି ନିମାଇଁ ପାଳଙ୍କ ନେତୃତ୍ୱରେ ବିଧାୟକ ଆଦିତ୍ୟ ମାଢି,କୃଷକ ମୋର୍ଚ୍ଚା ସଭାପତି ବିଜୟ ବୈରାଗୀ , ସାଧାରଣ ସଂପାଦକ ମାଣିକ ଲାଲ ଚକ୍ରବର୍ତୀ ଓ ଗଙ୍ଗା ସୋଢ଼ି, ଅନୁସୂଚିତ ଜନଜାତି ସାଧାରଣ ସଂପାଦକ ନରସିଂହ ମାଡକାମି, ମହିଳା ମୋର୍ଚ୍ଚା ସଭାନେତ୍ରୀ ଦେବି ମାଢି, ଯୁବ ମୋର୍ଚ୍ଚା ସଭାପତି ଭବାନୀ ଶଙ୍କର ମୁଖାର୍ଜୀ,ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, କୋଷାଧ୍ୟକ୍ଷ ସଞ୍ଜୟ ସରକାର, ମଣ୍ଡଳ ସଭାପତି ନାରାୟଣ ସରକାର ଓ ସୁଶିଲ ମଣ୍ଡଳ, ହରବିଳାସ ମଣ୍ଡଳ, ଆଡମା ମାଢି, ବିଧାୟକ ପ୍ରତିନିଧି ରାଜ କିଶୋର ମଣ୍ଡଳ, ମାଲକାନଗିରି ବିଧାନ ସଭା ସଂଯୋଜକ ନିହାର ରାୟ ଓ ଅନେକ କର୍ମକର୍ତା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନସମାଚାର/ଶିବବ୍ରତ/ଭାନୁ/ସମନ୍ୱୟ
