ନୂଆଦିଲ୍ଲୀ, 17 ଅକ୍ଟୋବର (ହି.ସ.) ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ କୌଶଳ ବିକାଶ ଘୋଟାଲାରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ଦାୟର ହୋଇଥିବା ପିଟିସନ ଉପରେ ବିଚାର କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି । ମୁଖ୍ୟ ପିଟିସନ ଉପରେ ଶୁଣାଣି ପୂରା ହୋଇଛି ଏବଂ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି କୋର୍ଟ । ମାମଲା ରଦ୍ଦ କରିବା ପିଟିସନ ହାଇକୋର୍ଟରେ ଖାରଜ ହେବା ପରେ ଚନ୍ଦ୍ରବାବୁ ନାଇଡୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସେପ୍ଟେମ୍ବର 10ରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା ସିବିଆଇ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
