ସୁବର୍ଣ୍ଣପୁର, ୨୦ ଅଗଷ୍ଟ (ହି.ସ.)- ଭାରସାମ୍ୟ ହରାଇ ଡିଭାଇଡର୍ ରେ ଧକ୍କା ଦେବା ପରେ ରାସ୍ତା ଉପରେ ଓଲଟି ପଡିଲା କାର୍ । ଫଳରେ ଜଣକର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଜିଲ୍ଲାପାଳ ଅଫିସ୍ ରାସ୍ତାରେ କାର୍ ଟି ଭାରସାମ୍ୟ ହରାଇ ଡିଭାଇଡର୍ ରେ ପିଟି ହେବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ କିପରି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
