କୋରେଇ, ୧୪ ଫେବୃଆରୀ – ଯାଜପୁର ଜିଲ୍ଲା ପୁଲିସରେ କାର୍ଯ୍ୟରତ କିଛି ଅଧିକାରୀ ଓ କର୍ମଚାରୀ ମାନଙ୍କ ଯୋଗୁଁ ଥାନା ଗୁଡ଼ିକୁରୁ ସାଧାରଣ ଜନତା ନ୍ୟାୟ ନପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରୁଛନ୍ତି । ଏତଦ ବ୍ୟତୀତ ମୁଣ୍ଡକୁ କୁରାଢୀରେ ହାଣିଦେବା ଭଳି ସଙ୍ଗୀନ ଘଟଣାରେ ପୁଲିସ ସାଧାରଣ ଦଫ।। ଲଗାଇ କେଶ କରିବା ସହିତ ଅଭିଯୁକ୍ତ ମାନେ ଖୁଲମ ଖୁଲା ବୁଲୁଛନ୍ତି । ଏଭଳି ଏକ ସଙ୍ଗୀନ ଘଟଣା ଘଟିଛି କୋରାଇ ଥାନା ଅନ୍ଧାରୀ ଗ୍ରାମର ଅନ୍ତର୍ଗତ କୁଶଧ୍ୱଜ ବେହେରାଙ୍କ କ୍ଷେତ୍ରରେ । ନିଜର ଜାଆାଁଳା ବଡ଼ଭାଇ ନବଘନ ବେହେରା ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମିଳିମିଶି ତାଙ୍କର ମୁଣ୍ଡ ଡ ଆଖିପତାକୁ ହାଣିଥିଲେ । ତେବେ ଏ ନେଇ କୁଶଧ୍ୱଜଙ୍କ ପତ୍ନୀ ଚାରୁଲତା ଗତ ୧୧ ତାରିଖରେ କୋରାଇ ଥାନାରେ ଅଭିଯୋଗ କରିବା ପୁରେ ପୁଲିସ ତରଫରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଯିବାରୁ ସେମାନେ ତାଙ୍କୁ ଜୀବନରୁ ମାରି ଦେବାର ଧମକ ଦେଉଛନ୍ତି ବୋଲି ଚାରୁଲତା କହିଛନ୍ତି । ସୂଚନାନୁସାରେ କୋରାଇ ଥାନା ଅନ୍ଧାରୀ ପଂଚାୟତର ରଙ୍କନାଥ ବେହେରାଙ୍କ ଦୁଇ ଯାଆଁଳା ପୁଅଙ୍କ ମଧ୍ୟରୁ ସାନପୁଅ କୁଶଧ୍ୱଜ ମାନସିକ ବିକାରଗ୍ରସ୍ତ ଅଟନ୍ତି । ତେବେ କୁଶଧ୍ୱଜ ମାନସିକ ବିକାର ଗ୍ରସ୍ତ ହୋଇଥିବାରୁ ପରିବାର ପ୍ରତିପୋଷଣ କରିବା ଲାଗି ତାଙ୍କ ପତ୍ନୀ ଚାରୁଲତା ଟାଟା ମେଡ଼ିକା ଡ଼ାକ୍ତରଖାନାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟକରିବା ହେତୁ କୁଶଧ୍ୱଜ ନିଜ ଗ୍ରାମରେ ଏକାକୀ ରୁହନ୍ତି । ତେବେ କୁଶଧ୍ୱଜଙ୍କ ଭାଗରେ ଥିବା ସମ୍ପତିକୁ କବଜା କରିବା ଲାଗି ବଡ଼ଭାଇ ନବଘନ ଓ ଭାଉଜ ଲକ୍ଷ୍ମୀପ୍ରିୟା ତାଙ୍କ ଉପରେ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରନ୍ତି । ତେବେ ଗତ ୧୧ ତାରିଖ ଦିନ ସକାଳ ସମୟରେ ନବଘନ ଓ ଲକ୍ଷ୍ମୀପ୍ରିୟା ଯୋଜନାବଦ୍ଧ ଭାବେ କୁଶଧ୍ୱଜଙ୍କୁ ତଳେ ପକାଇ ମାଡ଼ ମାରିବା ସହିତ ଏକ କୁରାଢୀରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ସୋଭାଗ୍ୟବଶତଃ ସେ ଉଠି ଦୈାଡ଼ି ପଳାଇଯିବାରୁ ବଂଚି ଯାଇଥିବା ବେଳେ ଉକ୍ତ କୁରାଢୀ ମାଡ଼ରେ ତାଙ୍କର ମୁଣ୍ଡ ଫାଟିଯିବା ସିତ ବାମପଟ ଆଖିକୁ ଦିଶୁନାହିଁ । ଏ ନେଇ ସେ ଗତ ୧୧ ତାରିଖ ଦିନ କୋରାଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନାମକୁ ମାତ୍ର ଏତଲା କୁ ପଂଜୀକରଣ ( କେଶ ନମ୍ବର-୭୭)କରିଛି କିନ୍ତୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଲାଗି ଆଗ୍ରହ ପ୍ରକାଶ କରୁନାହି । ଫଳରେ ଅଭିଯୁକ୍ତ ମାନେ କୁଶଧ୍ୱଜ ଓ ତାଙ୍କ ପତ୍ନୀ ଚାରୁଲତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଏ ନେଇ ବୁଧବାର ଦିନ ଉଭୟ ଦମ୍ପତି ଯାଜପୁର ଏସପିଙ୍କୁ ସାକ୍ଷାତ କରିବା ପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଥାନାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
