ନୂଆଦିଲ୍ଲୀ, 20 ଅଗଷ୍ଟ (ହି.ସ.)- ରାଜଧାନୀ
ଦିଲ୍ଲୀରେ ବିଦ୍ୟାଳୟଗୁଡ଼ିକୁ ବୋମାରେ ଉଡାଇବାକୁ ଧମକ ମାମଲା ଥମିବାର ନାଁ ନେଉନାହିଁ। ବୁଧବାର
ସକାଳରେ ଦ୍ୱାରକା ଅଞ୍ଚଳରେ ଥିବା ଏକ ସ୍କୁଲ ସହିତ ଅନ୍ୟ ତିନୋଟି ବିଦ୍ୟାଳୟକୁ ବୋମା ଧମକ
ମିଳିଛି। ସ୍ଥାନୀୟ ପୁଲିସ, ବୋମା ସ୍କ୍ୱାଡ୍ ଏବଂ ଦମକଳ ବିଭାଗର କର୍ମଚାରୀମାନେ ଏହି ବିଦ୍ୟାଳୟଗୁଡ଼ିକରେ ତଦନ୍ତ
ଅଭିଯାନ ଆରମ୍ଭ କରିଛନ୍ତି। ସ୍କୁଲ ଗୁଡିକରେ ସର୍ଚ୍ଚ ଅପରେସନ୍ ଜାରି ଅଛି।
ଅନ୍ୟପଟେ ଦିଲ୍ଲୀ ପୁଲିସର
ସାଇବର ସେଲ୍ ସମସ୍ତ ଇମେଲ୍ ଗୁଡ଼ିକୁ କବଜାକୁ ନେଇ ତଦନ୍ତ ଆରମ୍ଭ କରିଛି। ପୁଲିସ ଏହି ଧମକ
ଦେଇଥିବା ବ୍ୟକ୍ତିଙ୍କ ଆଇ.ପି. ଆଡ୍ରେସ୍ ଚିହ୍ନଟ କରିବା ଚେଷ୍ଟା କରୁଛି।
ଦମକଳ ବିଭାଗ ଅନୁଯାୟୀ, ପ୍ରଥମ ଫୋନ୍ ବୁଧବାର ସକାଳ 7:40 ବେଳେ ଦକ୍ଷିଣ ଜିଲ୍ଲାର ମାଲବିୟା
ନଗର ଅଞ୍ଚଳରେ ଥିବା ଏସକେଭି ବିଦ୍ୟାଳୟକୁ ବୋମା ଧମକ ମିଳିଥିଲା। ଦ୍ୱିତୀୟ ଫୋନ୍ ସକାଳ 7:42
ବେଳେ ମଧ୍ୟ ଜିଲ୍ଲାର ପ୍ରସାଦ ନଗର ଅଞ୍ଚଳରେ ଥିବା ଆନ୍ଧ୍ରା ବିଦ୍ୟାଳୟକୁ ମିଳିଥିଲା। ଇମେଲ୍
ମାଧ୍ୟମରେ ବିଦ୍ୟାଳୟକୁ ବୋମାରେ ଉଡାଇଦିଆଯିବା ଧମକ ମିଳିଥିଲା। ସୂଚନା ମିଳିଥିବା ମାତ୍ରେ ବୋମା
ସ୍କ୍ୱାଡ୍,
ପୁଲିସ ଓ ଦମକଳ ବିଭାଗର ତିନିଟି ଗାଡ଼ି ସେହି ସ୍ଥାନରେ ପହଞ୍ଚିଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
