ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଅନ୍ତର୍ଜାତୀୟ
ଯୁବ ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସଶକ୍ତ ଯୁବଶକ୍ତି, ସମୃଦ୍ଧ ଭାରତ ।
ସ୍ୱାସ୍ଥ୍ୟମନ୍ତ୍ରୀ
କହିଛନ୍ତି ଯେ,ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ସମସ୍ତ ଯୁବବର୍ଗଙ୍କୁ ମୋର ଶୁଭକାମନା ଜଣାଉଛି।
ଦେଶ ତଥା ସମଗ୍ର ବିଶ୍ୱର ଭବିଷ୍ୟତ ହେଲେ ଯୁବଶକ୍ତି। ସେମାନଙ୍କ ଆଶା, ଆକାଂକ୍ଷା ପୁରଣ କରିବା ଆମର ଦାୟିତ୍ୱ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
