ଭୁବନେଶ୍ୱର, 13 ଡିସେମ୍ବର (ହି.ସ.) – ଗାଡକଣସ୍ଥିତ ଡମ୍ପିଂ ୟାର୍ଡକୁ ସମ୍ପୂର୍ଣ ଉଚ୍ଛେଦ ପାଇଁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସୈନିକ ସ୍କୁଲ ସମ୍ମୁଖରେ ଆରମ୍ଭ ହୋଇଥିବା ସତ୍ୟାଗ୍ରହ ଆଜି ୧୬ ଦିନରେ ପହଁଚିଛି । ଣୁ ସତ୍ୟାଗ୍ରହକୁ ଭୁବନେଶ୍ୱରବାସୀଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳୁଛି , ଏପରିକି ଏଥିରେ ସ୍ଥାନୀୟ ଜନସାଧାରଣ ଆସି ଯୋଡ଼ି ହେଉଛନ୍ତି ଓ ବିଭିନ୍ନ ଅନୁଷ୍ଠାନ ଆସି ମଧ୍ୟ ସତ୍ୟାଗ୍ରହକୁ ସମର୍ଥନ କରୁଛନ୍ତି । ଅସୁସ୍ଥ ପରିବେଶ,ବାୟୁ ପ୍ରଦ୍ୟୁଷଣ ଓ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି । ଏପରିକି ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଏଭଳି ଅମାନୁଷିକ ପଦକ୍ଷେପ ନେବା କାରଣରୁ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ପକ୍ଷରୁ ‘ଡମ୍ପିଂ ୟାର୍ଡ’କୁ ନେଇ ସତ୍ୟାଗ୍ରହ ରେ ବସିଛି ।
ଆଜିର ଏହି ସତ୍ୟାଗ୍ରହ ରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ,ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଙ୍କ ସମେତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପିର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
