ମାଲକାନଗିରି. ମାଲକାନଗିରି ମହାବିଦ୍ୟାଳୟ ରେଡ ରିବନ କ୍ଲବ୍ ତରଫରୁ ଆଜି ଏକ ଦିବସୀୟ ଏଡସ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଏଚ.ଆଇ.ଭି. ବିଷୟରେ ସମ୍ପୂର୍ଣ୍ଣ ଭାବରେ ଉଦବୋଧନ ଦେଇଥିଲେ। ମୁଖ୍ୟବକ୍ତା ଡକ୍ଟର ଦୁର୍ଗାପ୍ରସାଦ ରାଜ, ମହାମାରୀ ବିଶେଷଜ୍ଞ ମାଲକାନଗିରି ୧୦୯୭ ଏବଂ ଏଡସ କୁ ବନ୍ଦ କରିବା ପାଇଁ ସରକାରଙ୍କ ତରଫରୁ ମିଳୁଥିବା ସୁବିଧା ଗୁଡିକ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡ଼କ୍ରସ ସମ୍ପାଦକ ଏବଂ ରେଡ ରିବନ କ୍ଲବର ଅଧିକାରୀ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସଭା ପରିଚାଳନା କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଦଶରଥ ତାଣ୍ଡି, ଅଧ୍ୟାପକ ବିଘ୍ନେଶ୍ଵର ବିଡ଼ିସିକା ମଞ୍ଚାସୀନ ରହି ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହିତ ସୂଚନାହିଁ ବଞ୍ଚେଇ ପାରିବ ବୋଲି ମତ ପୋଷଣ କରିଥିଲେ।
ଏହି ଅବସରରେ ଜଣା ଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଇ ଶହରୁ ଉର୍ଦ୍ଧ୍ବ ରେଡ ରିବନ କ୍ଲବର ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିବର୍ତ୍ତନ ଟିଆଇ ପ୍ରକଳ୍ପର ପରିଚାଳିକା ପ୍ରଜ୍ଞା ପରିମିତା ସଲ, ମଧୁସ୍ମିତା ମାଡ଼କାମୀ, ସୌମ୍ୟ ରଞ୍ଜନ ସ୍ବାଇଁ, ସସ୍ମିତା ବେହେରା, ହେମଲତା ଖରା ଯୋଗଦାନ କରିବା ସହିତ ପୁସ୍ତିକା ବଣ୍ଟନ କରିଥିଲେ। ମାଲକାନଗିରି ମହାବିଦ୍ୟାଳୟ ଠାରୁ ଗଣ୍ଡିଆଗୁଡା ପର୍ଯ୍ୟନ୍ତ ଏକ ଏଡ଼ସ ସଚେତନତା ରାଲି କାର୍ଯ୍ୟକ୍ରମ କରାଯାଇଥିଲା। ସଭା ଶେଷରେ ଅଧ୍ୟାପିକା ଦୀପ୍ତିରେଖା ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ତରଫରୁ ଆର୍ଥିକ ସହାୟତା କରିଥିବା ବେଳେ ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ଶାଖା ସହଯୋଗ କରିଥିଲେ।
