ଲକ୍ଷ୍ନୌ, 3 ଜାନୁଆରୀ (ହି.ସ.)ଉତ୍ତର ପ୍ରଦେଶର ପୂର୍ବତନ ଜଳଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂହଙ୍କ ପକ୍ଷରୁ ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହଙ୍କ ବିରୁଦ୍ଧରେ ଦାୟର ମାନହାନି ମକଦ୍ଦମାରେ ସଞ୍ଜୟ ସିଂହଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହିତ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରୁ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ସିଂହଙ୍କ ବିରୁଦ୍ଧରେ ଥିବା ଟିପ୍ପଣୀକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡକ୍ଟର ମହେନ୍ଦ୍ର ସିଂହଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ସିଂହ ଅଟଳ ମାମଲା ଲଢୁଥିବା ବେଳେ ସିଭିଲ ଜଜ ସିନିୟର ଡିଭିଜନ ଲକ୍ଷ୍ନୌର କମଲ କାନ୍ତ ଗୁପ୍ତ ନିଷ୍ପତ୍ତି ଶୁଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
