
ମସ୍କୋ, 22 ନଭେମ୍ବର (ହି.ସ.) ଆଜିଠୁ ଆରମ୍ଭ ହେଉଥିବା ଜି-20 ନେତାଙ୍କ ଡିଜିଟାଲ ଶିଖର ସମ୍ମିଳନୀରେ ଯୋଗ ଦେବେ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ । ଭାରତ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ପୁଟିନଙ୍କ ଯୋଗ ଦାନ ନେଇ ଋଷ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ ସୂଚନା ଦେଇଛି ।
ଋଷୀୟ ଗଣମାଧ୍ୟମ ସୂଚନା ମୁତାବକ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ନଭେମ୍ବର 22, 2023ରେ ଆୟୋଜିତ ହେଉଥିବା ଜି-20 ସମୂହ ଦେଶର ନେତାଙ୍କ ଡିଜିଟାଲ ଶିଖର ସମ୍ମିଳନୀରେ ଭାଗ ନେବେ । ବୈଠକରେ ଭାରତର ଜି-20 ସମୂହର ଅଧ୍ୟକ୍ଷତାର ପରିଣାମ, ବିଶ୍ୱର ଅର୍ଥବ୍ୟବସ୍ଥା ଓ ଅର୍ଥନୈତିକ ସ୍ଥିତି, ଜଳବାୟୁ ଏଜେଣ୍ଡା, ଡିଜିଟାଇଜେସନ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
