
ନୂଆଦିଲ୍ଲୀ, ୩ ଜାନୁଆରୀ (ହିସ)- ଭାରତୀୟ କୁସ୍ତି ମହାସଂଙ୍ଘଏବଂ କିଛି ଯୋଦ୍ଧାଙ୍କ ମଧ୍ୟରେ ଚାଲିଥିବା ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତମାନ ଯୁବ ଯୋଦ୍ଧାମାନେ ସାକ୍ଷୀ ମଲିକ, ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ବିପକ୍ଷରେ ଏକ ମୋର୍ଚା ଖୋଲିଛନ୍ତି । ଜନ୍ତର ମନ୍ତ୍ରରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜୁନିଅର କୁସ୍ତି ଯୋଦ୍ଧାମାନେ ଏହି ଲୋକଙ୍କୁ କୁସ୍ତି ବରବାଦ କରୁଥିବା ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଜାନୁଆରୀ ୨୦୨୩ ରୁ ଡବ୍ଲୁଏଫଆଇର ଦୁଇଥର ନିଲମ୍ବନ ହେତୁ ଜାତୀୟ ଶିବିର ଏବଂ ପ୍ରତିଯୋଗିତା ସ୍ଥଗିତ ରଖାଯାଇଛି । ଯୁବ କୁସ୍ତିଯୋଦ୍ଧା ରାହୁଲ ଚୌଧୁରୀ କହିଛନ୍ତି ଯେ ୨୮ ରୁ ୩୦ ଡିସେମ୍ବର ମଧ୍ୟରେ ଉତରପ୍ରଦେଶର ଆୟୋଜିତ ନନ୍ଦିନୀ ନଗର ଗୋଣ୍ଡାଠାରେ କୁସ୍ତି ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥାଆନ୍ତା, କିନ୍ତୁ ଏହି ତିନିଜଣ କୁସ୍ତିଯୋଦ୍ଧା ଫେଡେରେଶନ ଉପରେ ଆରୋପ ଲଗାଇ ସେହି ଚାମ୍ପିଅନସିପ୍ ବନ୍ଦ କରି ଦେଇଛନ୍ତି । ଏହା ଆଶ୍ଚର୍ଯ୍ୟଜନକ ଯେ ଏହି ଲୋକମାନେ ଅଧ୍ୟକ୍ଷ ପଦ ସମ୍ଭାଳି ପାରିନଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
