ଯୋଧପୁର, ଅକ୍ଟୋବର ୨୨
(ହି.ସ.)- କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାରଠାରୁ ଦୁଇ ଦିନିଆ ଗ୍ରସ୍ତରେ ଜୈସଲମେର
ଗସ୍ତ କରିବେ। ସେ ସେଠାରେ ଏକ ସେନା ସମ୍ମିଳନୀରେ ଯୋଗଦେବେ। ୨୩-୨୪ ତାରିଖରେ ସେ ଦୁଇ ଦିନ ଜୈସଲମେର
ଗସ୍ତରେ ଯିବେ।ତାଙ୍କର ଦୁଇ ଦିନିଆ ରହଣି ସମୟରେସେ ଭାରତ-ପାକିସ୍ତାନ
ସୀମା ନିକଟରେ ଥିବା ତନୋଟ ଏବଂ ଲୋଙ୍ଗେୱାଲା ପୋଷ୍ଟ ପରିଦର୍ଶନ କରିବେ।ରକ୍ଷା ମନ୍ତ୍ରୀଙ୍କ
ଗସ୍ତକୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସେ ସେନାର ବରିଷ୍ଠ ଅଧିକାରୀଙ୍କ
ସହିତ ଏକ ସାମରିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ, ଯେଉଁଠାରେ
ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ପ୍ରସ୍ତୁତି ଏବଂ ନିୟୋଜନ ସମୀକ୍ଷା କରାଯିବ।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
