ପାଟନା, 21ଅଗଷ୍ଟ (ହି.ସ)- ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇ ) ବିହାରର ବୈଶାଳୀ ଜିଲ୍ଲା ମୁଖ୍ୟାଳୟ ହାଜିପୁରରେ ବସ୍
ଷ୍ଟାଣ୍ଡ ଅପରେଟର ରାଜୁ ରାୟଙ୍କ ଘରେ ଭୋର 4.30 ରେ ଚଢାଉ କରିଛି।ହାଜିପୁର
ନଗର ଥାନା ଅଞ୍ଚଳର ଡାକ ବଙ୍ଗଳା ଚୌକରେ ଥିବା ରାଜୁ ରାୟଙ୍କ ଘରେ ଏନଆଇଏଦଳ ଭୋରରୁ ଚଢାଉ ଆରମ୍ଭ କରିଥିଲା।ଏହି ସମୟରେ ସ୍ଥାନୀୟ ପୋଲିସ ମଧ୍ୟ
ଉପସ୍ଥିତ ଥିଲା ଏବଂ ସମଗ୍ର ଅଞ୍ଚଳରେ ନୀରବତା ଥିଲା। ଦଳ ରାଜୁ ରାୟଙ୍କ ଘରର ସମ୍ପୂର୍ଣ୍ଣ ସର୍ଚ୍ଚ
କରିଥିଲା ଏବଂ ତାଙ୍କୁ ପଚରାଉଚରା କରିଥିଲା। ଏନଆଇଏର ଏହି
କାର୍ଯ୍ୟାନୁଷ୍ଠାନ ମୁଜାଫରପୁରରେ ଏକେ -47 ଉଦ୍ଧାର ସହିତ
ଜଡିତ ମାମଲାର ତଦନ୍ତର ଏକ ଅଂଶ।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
