ବଲାଙ୍ଗିର, ୨୧ ଅଗଷ୍ଟ (ହି.ସ.)- ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି) ମାନ୍ୟତା ଦାବିରେ ଆଜି କୋଶଳ ସଂଗ୍ରାମ ସମିତି ପକ୍ଷରୁ ୧୨ ଘଂଟିଆ ବେଲପଡ଼ା ବନ୍ଦ ପାଳନ କରାଯାଉଛି । ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ଆନ୍ଦୋଳନକାରୀମାନେ ତାରିଣୀ ମନ୍ଦିର ଛକରେ ପିକେଟିଂ କରିବା ସହ ଗାଡ଼ି ମୋଟର ଅଟକାଉଥିବା ଦେଖିବାକୁ ମିଳିଛି । ଏଥିସହ ବିଭିନ୍ନ ଛକରେ ମଧ୍ୟ ଆନ୍ଦୋଳନକାରୀମାନେ ପିକେଟିଂ କରୁଛନ୍ତି । ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
