ନୂଆଦିଲ୍ଲୀ, 3 ନଭେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀର ପ୍ରଗତି ମୈଦାନରେ ନିର୍ମାଣ ହୋଇଥିବା ଭାରତ ମଣ୍ଡପମରେ ଏକ ବଡ ଖାଦ୍ୟ କାର୍ଯ୍ୟକ୍ରମ ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ 2023’ର ଦ୍ୱିତୀୟ ସଂସ୍କରଣ ଉଦଘାଟନ କରିଛନ୍ତି ।
ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୁଦୃଢ କରିବା ନିମନ୍ତେ ପିଏମ ମୋଦି ଏକ ଲକ୍ଷରୁ ଅଧିକ ଏସଏଚଜି ସଦସ୍ୟଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାର୍ଲ୍ଡ ଫୁଡ ଇଣ୍ଡିଆ 2023ର ଫୁଡ୍ ଷ୍ଟ୍ରିଟକୁ ମଧ୍ୟ ଉଦଘାଟନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
