
ନୂଆଦିଲ୍ଲୀ, 16 ଅକ୍ଟୋବର (ହି.ସ.) ନ୍ୟୁଜିଲାଣ୍ଡର ନବନିର୍ବାଚିତ ପ୍ରଧାନମନ୍ତ୍ରୀ କ୍ରିସ୍ ଲକ୍ସନମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟୁଜିଲାଣ୍ଡର ସାଧାରଣ ନିର୍ବାଚନରେ ତାଙ୍କ ଦଳର ବିଜୟ ପାଇଁ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମିଳିତ ଭାବେ କାମ କରିବାକୁ ଆଗ୍ରହୀ ଥିବା କହିଛନ୍ତି ପିଏମ ମୋଦି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
