ଶ୍ରୀନଗର, ୨୩ ଜାନୁଆରୀ (ହି.ସ.)- ଜମ୍ମୁ-କାଶ୍ମୀରରେ ସର୍ବନିମ୍ନ ତାପମାତ୍ରା ହିମାଙ୍କ ବିନ୍ଦୁ ତଳେ ରହିଛି । ଯେତେବେଳେ କି, ପାଣିପାଗ ବିଜ୍ଞାନୀ ମାନେ ଜାନୁଆରୀ ୨୫ ତାରିଖ ଠାରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଜ୍ଞାନ ବିଭାଗର ଜଣେ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଗତ ରାତିରେ ତାପମାତ୍ରା ବିଯୁକ୍ତ ୫.୩ ଡ଼ିଗ୍ରୀ ସେଲସିୟସ ତଳେ ରହିବା ବଦଳରେ ୫.୦ ଡ଼ିଗ୍ରୀ ସେଲସିୟସ୍ ତଳେ ରହିଥିବା ରେକର୍ଡ଼ ହୋଇଛି । କାଜିଗୁଣ୍ଡରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୪.୮ ଡ଼ିଗ୍ରୀ ସେଲସିୟସ୍ ତଳେ ରେକର୍ଡ଼ ହୋଇଛି । ପହଲଗାମରେ ଗତକାଲି ରାତ୍ରୀ ତାପମାତ୍ରା ବିଯୁକ୍ତ ୬.୯ ଡ଼ିଗ୍ରୀ ସେଲସିୟସ୍ ତଳେ ରହିବା ବଦଳରେ ବିଯୁକ୍ତ ୬.୨ ଡ଼ିଗ୍ରୀ ସେଲସିୟସ୍ ତଳେ ରେକର୍ଡ଼ ହୋଇଛି । କୋକେରନାଗରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨.୬ ଡ଼ିଗ୍ରୀ ସେଲସିୟସ୍ ତଳେ ରହିବା ବଦଳରେ ବିଯୁକ୍ତ ୧.୫ ଡ଼ିଗ୍ରୀ ସେଲସିୟସ୍ ତଳେ ରେକର୍ଡ଼ ହୋଇଛି ।
କୁପୱାଡା ସହରରେ ଗତକାଲି ରାତିରେ ତାପମାତ୍ରା ବିଯୁକ୍ତ ୬.୦ ଡ଼ିଗ୍ରୀ ସେଲସିୟସ୍ ତଳକୁ ରହିବା ବଦଳରେ ବିଯୁକ୍ତ ୪.୯ ଡ଼ିଗ୍ରୀ ସେଲସିୟସ୍ ତଳେ ରେକର୍ଡ଼ ହୋଇଛି । ଗୁଲମର୍ଗରେ ତାପମାତ୍ରା ବିଯୁକ୍ତ ୪.୫ ଡ଼ିଗ୍ରୀ ତଳେ ରହିବା ପରିବର୍ତେ ୪.୦ ଡ଼ିଗ୍ରୀ ସେଲସିୟସ୍ ତଳେ ରେକର୍ଡ଼ ହୋଇଛି।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
