ଲକ୍ଷ୍ନୌ, 23 ଅକ୍ଟୋବର (ହି.ସ.)- ଚିତ୍ରଗୁପ୍ତଙ୍କ
ପୂଜନ ଦିବସର ଶୁଭକାମନା ଜଣାଇଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ଓଁ ଶ୍ରୀ ଚିତ୍ରଗୁପ୍ତାୟ ନମଃ।
ବ୍ରହ୍ମାଙ୍କ ଦିବ୍ୟ ଅଂଶ, ସମସ୍ତ ପ୍ରାଣୀମାନଙ୍କ କର୍ମର ଲେଖା-ଜୋଖା ରଖୁଥିବା, ଲେଖନୀର ଅଧିଷ୍ଠାତା
ଭଗବାନ୍ ଶ୍ରୀ ଚିତ୍ରଗୁପ୍ତଙ୍କ ପୂଜନ ଦିବସରେ ରାଜ୍ୟବାସୀ ଓ ଶ୍ରଦ୍ଧାଳୁମାନଙ୍କୁ ହାର୍ଦିକ
ଅଭିନନ୍ଦନ ଓ ଶୁଭେଚ୍ଛା!
ଭଗବାନ୍ ଚିତ୍ରଗୁପ୍ତଙ୍କ
ଅନୁଗ୍ରହରେ ପ୍ରତ୍ୟେକ ହୃଦୟରେ ସତ୍ୟ, ଧର୍ମ ଓ ନ୍ୟାୟର ଜ୍ୟୋତି
ପ୍ରଜ୍ୱଳିତ ହେଉ ଏବଂ ସମସ୍ତେ ସତ ମାର୍ଗରେ ଅଗ୍ରସର ହୁଅନ୍ତୁ — ଏହି ପ୍ରାର୍ଥନା କରିଛନ୍ତି ଯୋଗୀ ଆଦିତ୍ୟନାଥ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
