ଖୋର୍ଦ୍ଧା , 22 ଅକ୍ଟୋବର (ହି.ସ.) ବାଣପୁର ପୋଲିସ ଏବଂ ବାଲୁଗାଁ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇ ବାଣପୁର ଥାନା ଅଧୀନସ୍ଥ ବ୍ରହ୍ମପଦର କୋଟୁଆଳ ଗ୍ରାମରେ ଚୋରା ମଦ କାରବାର ନେଇ ଚଢ଼ାଉ କରିଥିଲା।ଚଢାଉ ସମୟରେ, ୧୧ହଜାର କେଜି ମହୁଲ ପୋଚୋ ଓ ୧୮୨୦ ଲିଟର ପାତନ (ଆଇଡି) ମଦ ଜବତ କରିବା ସହ ସେଗୁଡିକୁ ନଷ୍ଟ କରିଛି। ତେବେ ଚଢ଼ାଉ ସମୟରେ ଚୋରା ବେପାରୀ ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ଚଢ଼ାଉ ଆଗାମୀ ଦିନରେ ଜାରି ରହିବ ବୋଲି ଏସପି ବିବେକାନନ୍ଦ ଶର୍ମା ସୁଚନା ଦେଇଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ରାକେଶ
