ଭୋପାଳ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଧ୍ୟପ୍ରଦେଶକୁ ଦୁଇଦିବସୀୟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଉଜ୍ଜୟିନୀ ଓ ଇନ୍ଦୋରରେ ସ୍ଥାନୀୟ କାର୍ଯ୍ୟକ୍ରମରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ ବି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
ମିଳିଥିବା ସୂଚନା ଅନୁଯାୟୀ ଉଭୟେ 10.40ରେ ଉଜ୍ଜୟିନୀରେ ପହଂଚିବେ ଏବଂ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱରଙ୍କ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଏହାପରେ ସ୍ଥାନୀୟ କାର୍ଯ୍ୟକ୍ରମରେ ଭାଗ ନେବେ । ଏହାପରେ ସନ୍ଧ୍ୟାରେ ଇନ୍ଦୋର ଗସ୍ତ କରି ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ବୈଠକ ନେବେ ।
