ଭୋପାଲ, 2 ଡିସେମ୍ବର (ହି.ସ.)- ଭୋପାଳ ଗ୍ୟାସ ଟ୍ରାଜେଡିର “୪୧ତମ ବର୍ଷିକୀ” ଉପଲକ୍ଷେ, “ବରକତଉଲ୍ଲା ଭବନ
(କେନ୍ଦ୍ରୀୟ ପୁସ୍ତକାଳୟ)”, ଭୋପାଳରେ ୩
ଡିସେମ୍ବର ସକାଳ ୧୦.୩୦ ମିନିଟ୍ ସମୟରେ, ମନ୍ତ୍ରୀ ଡ଼. କୁଁଅର ବିଜୟ ଶାହଙ୍କ ଉପସ୍ଥିତିରେ “ସର୍ବଧର୍ମ
ପ୍ରାର୍ଥନା ସଭା”ର ଆୟୋଜନ କରାଯାଇଛି।
ଏହାରେ ଭୋପାଳ ଗ୍ୟାସ ଟ୍ରାଜେଡିରେ ଦିବଙ୍ଗତ ଗ୍ୟାସ ପୀଡ଼ିତମାନଙ୍କୁ
ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ଏବଂ ବିଭିନ୍ନ ଧର୍ମଗୁରୁମାନେ ଧର୍ମଗ୍ରନ୍ଥ ପାଠ କରିବେ। ଉକ୍ତ
ଶାନ୍ତିପାଠ ଏବଂ ପ୍ରାର୍ଥନା କାର୍ଯ୍ୟକ୍ରମ ସକାଳ ୧୧.୩୦ ପର୍ଯ୍ୟନ୍ତ ଚାଲିବ।
ଉଲ୍ଲେଖନୀୟ ଯେ, ଭୋପାଳ ଗ୍ୟାସ ଟ୍ରାଜେଡି ଭାରତର ମଧ୍ୟ ପ୍ଦେଶର ଭୋପାଳ ସହରରେ ୨–୩
ଡିସେମ୍ବର ୧୯୮୪ ରେ ଘଟିଥିବା ଏକ ଭୟାବହ ଶିଳ୍ପ ଦୁର୍ଘଟଣା ଥିଲା।
ଯୁନିଅନ କାର୍ବାଇଡ୍ ଇଣ୍ଡିଆ ଲିମିଟେଡ୍ର କୀଟନାଶକ କାରଖାନାରୁ
ମିଥାଇଲ ଆଇସୋସାଇନେଟ୍ (MIC)
ଗ୍ୟାସ ଲିକ୍
ହୋଇଥିଲା, ଏଥିରେ ପ୍ରାୟ
2,159 ଲୋକଙ୍କର ମୃତ୍ୟୁ ହୋଇଥିଲା।
ପରବର୍ତ୍ତୀ ଦୁଇ ସପ୍ତାହରେ ପ୍ରାୟ 8,000 ଲୋକ ମରିଥିଲେ ଏବଂ ଅନ୍ୟ
8,000 ଗ୍ୟାସ-ସମ୍ପର୍କିତ ରୋଗରେ ଜୀବନ ହାରାଇଥିଲେ। ଏହି ଗ୍ୟାସ ଲିକ୍ 45–60 ମିନିଟ୍ ମଧ୍ୟରେ
ପ୍ରାୟ 30 ଟନ୍ ହୋଇଥିଲା।
ଏହାକୁ ଇତିହାସର ସବୁଠୁ ବଡ଼ ଶିଳ୍ପ ଟ୍ରାଜେଡି ମଧ୍ୟରେ ଗଣାଯାଏ, ଯେଉଁଥିରେ ପ୍ରାୟ
ପାଞ୍ଚ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହି ଦୁର୍ଘଟଣାର କାରଣରେ ଅନେକ ଲୋକ ଶାରୀରିକ ଭାବେ ପଂଗୁ
ହୋଇଯାଇଥିଲେ ଏବଂ ଅନ୍ଧତ୍ୱ ଭଳି ରୋଗରେ ମଧ୍ୟ ପୀଡ଼ିତ ହୋଇଚାଲିଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
