ରାଂଚି, ୧୩ ନଭେମ୍ବର : ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏବଂ ରାଜ୍ୟ ପ୍ରତିଷ୍ଠା ଦିବସରେ ବିଶାଳ କାର୍ଯ୍ୟକ୍ରମର ଆୟାଜନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ରେ ଉଲିହାତୁର ବିର୍ସାମୁଣ୍ଡା ଓଣ୍ଡା ପହଂଚିବେ ଏବଂ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ । ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ବଂଶଜଙ୍କୁ ମଧ୍ୟ ଭେଟିବେ ପ୍ରଧାନମନ୍ତ୍ରୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ଚାଲିଛି ।
ଖୁଂଟି ର ଉପାୟୁକ୍ତ ଲୋକେଶ ମିଶ୍ରା ଏନେଇ ସୂଚନା ଦେଇ କହିଛନ୍ତି ଯେ, ଖୁଂଟି ରେ ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ।
