
ଅଯୋଧ୍ୟା, 22 ଜାନୁଆରୀ (ହି.ସ.) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଯୋଧ୍ୟା ଧାମର ରାମ କଥା ସଂଗ୍ରହାଳୟରେ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଏକ ମିଡିଆ ସେଣ୍ଟର (ଗଣମାଧ୍ୟମ କେନ୍ଦ୍ର) ସ୍ଥାପନ କରିଛି । ଏହି ମିଡିଆ ସେଣ୍ଟର ୧୩,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏବଂ ମୁଖ୍ୟ କ୍ୟାମ୍ପସର ଲମ୍ବ ୪୦ ମିଟର ରହିଛି ଏବଂ ପ୍ରସ୍ଥ ୨୫ ମିଟର, ଏଥିରେ ୩୪୦ ଟି ୱାର୍କଷ୍ଟେସନ ଏବଂ ଏଥିରେ ୧୦୦୦ ଗଣମାଧ୍ୟମ ପ୍ରତିନିଧି ରହିବାର କ୍ଷମତା ରହିଛି ।
ମିଡିଆ ସେଣ୍ଟରରେ ଏକ ପ୍ରେସ୍ କନଫରେନ୍ସ ରୁମ୍, ମିଡିଆ ବ୍ରିଫିଂ ରୁମ୍, ମିଡିଆ ଲାଉଞ୍ଜ, କ୍ୟାଫେଟେରିଆ, ହାଇସ୍ପିଡ଼ ୱାଇ – ଫାଇ ଇଣ୍ଟରନେଟ୍, ମୋବାଇଲ୍ ଟଏଲେଟ୍ ଏବଂ ମିଡିଆ ସେଣ୍ଟରରେ ଲୋକ ମାନଙ୍କ ପାଇଁ ଏୟାର କଣ୍ଡିସନିଂ ସୁବିଧା ରହିଛି । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ଉପଲବ୍ଧ ସୁବିଧା ମଧ୍ୟରେ ଲାପଟପ୍, ଫଟୋକପିୟର, ପ୍ରିଣ୍ଟର, ନିରନ୍ତର ଜଳଖିଆ ବ୍ୟବସ୍ଥା ଏବଂ ଖାଦ୍ୟର ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ଗଣମାଧ୍ୟମ ପ୍ରତିନିଧିମାନେ ରାମଲାଲାଙ୍କ ପ୍ରାଣ – ପ୍ରତିଷ୍ଠାକୁ ଦେଖିବାର ସୁବିଧା ପାଇଁ ମିଡିଆ ସେଣ୍ଟରରେ ୨୯ ଫୁଟ ଲମ୍ବ ଓ ୧୬ ଫୁଟ ଚଉଡା ଏଲଇଡି ଟିଭି ଲଗାଯାଇଛି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
