ଭୁବନେଶ୍ୱର, 13 ନଭେମ୍ବର : ଉତରାଖଣ୍ଡର ଉତରକାଶୀରେଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ପରେ ଓଡିଶାର ଶ୍ରମିକଙ୍କ ସମେତ ଅନେକ ଶ୍ରମିକ ଫସି ରହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଟନେଲରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କ ନିରାପଦ ଏବଂ ଶୀଘ୍ର ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତିି ମୁଖ୍ୟମନ୍ତ୍ରୀ ।
